ପିଲାବେଳେ ଯଦି ତରଭୁଜର ମଂଜି ପେଟକୁ ଚାଲିଯାଉଥିଲା ଆମେ ଭାବୁ ଏହା କେମିତି ଗଛ ନ ହେଇଯାଉ . ଯଦିଓ ଗୋଟେ ପ୍ରାଣୀର ଶରୀରରେ ଗଛ ଉଠିବା କଥା ଆପଣ ଶୁଣିନଥିବେ, କିନ୍ତୁ ଏହା ସତ . ତେବେ ଏପରି  ସମ୍ଭବ ହୋଇଛି ମଧ୍ୟପ୍ରଦେଶର ରତଲାମରେ . ରତଲାମର ସେହି କୃଷକ କେବେ ବି ଭାବି ନଥିଲେ କି  ମୂଷାର ଶରୀରରେ ଗଛ ଉଠିଯିବ ବୋଲି . ଏବେ ସେ ଗଛ ମଧ୍ୟ ବହୁତ ବଡ ହୋଇଗଲାଣି . ଖବର ଅନୁସାରେ , ମଧ୍ୟପ୍ରଦେଶର ରତଲାମର ନାୟନ ଗାଁରେ ଏହି ମୂଷା ଏବେ ବହୁତ ଚର୍ଚ୍ଚାରେ ଅଛି . ଦାତାର ସିଂ ନାମ୍ନୀ ଜଣେ କୃଷକ ସୋୟାବିନ୍ ଶସ୍ୟ ପାଇଁ ନିଜ କ୍ଷେତରେ ଏହାର ମଂଜି ବୁଣିଥିଲେ . ତେବେ ଗଛ ଉଠିବା ପରେ ଯେତେବେଳେ ସେ   କୀଟନାଶକ ଦେବାପାଇଁ 7 ଅଗଷ୍ଟରେ ପହଂଚିଲେ ଏବଂ ଯାହା ଦେଖିଲେ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇରହିଗଲେ . ସେ ଦେଖିଲେ ଯେ ଗୋଟିଏ ଜିଅନ୍ତା ମୂଷା ଯିଏ ଠିକ୍ ସେ ଚାଲିପାରୁନଥିଲା ଏବଂ ତା ଉପରେ ଗୋଟିଏ ଗଛ ଉଠିଥିଲା . ସେହି ଗଛଟି ବେକ ଦେଇ ମାଟି ସହ ଲାଗିଥିଲା .ତା ପରେ ଦାତାର ସିଂ ଏହାର ଏକ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଥିଲେ ଓ ଗଛକୁ ମୂଷାଠାରୁ ଅଲଗା କରିଥିଲେ .

LEAVE A REPLY

Please enter your comment!
Please enter your name here