ଶେଷନାଗ ଉପରେ ବିରାଜିଛନ୍ତି ବାବା । ଆଉ ପଦ୍ମ ଫୁଲର ପାଖୁଡା ଉପରେ ମାତା । ଦେହରେ ପାଟବସ୍ତ୍ର, ବେକରେ ଫୁଲମାଳ । ପାଦତଳେ ପୂଜା କରୁଛନ୍ତି ଭକ୍ତ । ଚାରିଆଡେ ଜୟ ଜୟକାର । ଯଜ୍ଞ ସ୍ଥଳରେ ଲାଗିଛି ମାତା ମାହେଶ୍ୱରୀଙ୍କ ବିଶ୍ୱରୂପ ଫଟୋ । ଏ ମାତା ଜଣକ ଆଉ କେହି ନୁହଁନ୍ତି । ବିଗତ ଦିନର ଅଭିନେତ୍ରୀ ଶ୍ୱେତା ମଲ୍ଲିକଙ୍କ ଏହି ବେଶ । ସେହିପରି ସମ୍ରାଟ କ୍ୟାସେଟ୍‌ କମ୍ପାନୀ ମାଲିକ ବିଶ୍ୱମ୍ବର ସାବତ ବାବା ଅନନ୍ତକେଶରୀ ଭାବରେ ପୂଜା ପାଉଛନ୍ତି । କୋରାପୁଟ ଜୟପୁରରେ ଆୟୋଜିତ କଳକୀ ମହାଯଜ୍ଞରେ ଦେଖିବାକୁ ମିଳିଛି ଏ ଦୃଶ୍ୟ ।
ଓଡ଼ିଆ ରୂପେଲି ପରଦା ଛାଡ଼ିବା ପରେ ଶ୍ୱେତା ମଲ୍ଲିକ୍‌ ଏବେ ମାତା ‘ମାହେଶ୍ୱରୀ’ ହୋଇ ପୂଜା ପାଉଛନ୍ତି । ସପ୍ତଫେଣୀ ନାଗର ସିଂହାସନ ଉପରେ ବାବା ଅନନ୍ତକେଶରୀ (ବିଶ୍ୱମ୍ବର ସାବତ) ଏବଂ ପଦ୍ମ ଉପରେ ମାତା ମାହେଶ୍ୱରୀ (ଶ୍ୱେତା ମଲ୍ଲିକ) ବସି ପୂଜା ପାଉଥିବା ନଜରକୁ ଆସିଛି । ଜାନୁଆରୀ ୧୦ରୁ ଏମାନେ ସୋରାଗୁଡ଼ାରେ ଯଜ୍ଞ କରୁଛନ୍ତି । ସ୍ୱପ୍ନାଦେଶ ପାଇ ସମସ୍ୟା ଦୂର କରୁଥିବା ଏମାନେ କହୁଛନ୍ତି । ଏବେ ଏମାନଙ୍କୁ ନେଇ ବିବାଦ ଦେଖାଦେଇଛି । ଯଜ୍ଞସ୍ଥଳକୁ ବାହାର ଲୋକଙ୍କୁ ଛଡ଼ା ଯାଉ ନ ଥିବା ମଧ୍ୟ ଅଭିଯୋଗ ହୋଇଛି ।ମାତା ପିତା ଗୁରୁଜନ ଭାବି ଲୋକ ସେବା କରୁଛନ୍ତି । ଦିନ ତମାମ ଏପରି ଯଜ୍ଞ ଚାଲୁଥିବାବେଳେ ଆଜି ପୂର୍ଣ୍ଣାହୂତି ଦିଆଯିବ । କୁଣ୍ଡ ଚାରିପଟେ ଘୁରିବେ ଭକ୍ତ । ଗୋଡ଼ ଧୂଆ ସହ ଆଳତି ଓ ଫୁଲ ମାଳା ଦେଇ ଲୋକେ ପୂଜା କରୁଛନ୍ତି ବାବା ଓ ମାତାଙ୍କୁ । ଅନ୍ୟ ସ୍ଥାନଗୁଡ଼ିକରେ ୨୬ଟି ଯଜ୍ଞ କରିବା ପରେ ଏହା ସେମାନଙ୍କ ୨୭ତମ ଯଜ୍ଞ । ଏପରି ବିବାଦ କୌଣସି ସ୍ଥାନରେ ହୋଇନଥିବା ବେଳେ କିଛି ଖଳପ୍ରକାର ଲୋକ ଏହାକୁ ଅପପ୍ରଚାର କରୁଛନ୍ତି ବୋଲି କହିଛନ୍ତି ବାବା । ନିଜକୁ ଲକ୍ଷ୍ମୀ ନାରାୟଣ ବୋଲି ଦୁଇ ଜଣ କହୁଛନ୍ତି ।
ତେବେ ଅଭିନେତ୍ରୀ ଶ୍ୱେତା ମଲ୍ଲିକ ‘ଚା ମାଗିଲେ ପାଣି ଦେଉଛ’ ‘ଷ୍ଟାଇଲ ତୋର ମସ୍ତ’ ଭଳି ଅନେକ ଆଲବମ ଗୀତ ସହ “ସାବତ ମା’ ଓ ‘ସୁହାଗ ସିନ୍ଦୁର’ ‘ ସୁନା ହରୀଣି’ଭଳି ଫିଲ୍ମରେ ଅଭିନୟ କରିଥିଲେ ।

LEAVE A REPLY

Please enter your comment!
Please enter your name here