ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଆଫତାବର ଆଜି ପୁଣିଥରେ ପଲିଗ୍ରାଫ ଟେଷ୍ଟ କରାଯାଇଛି । ଏହାପୂର୍ବରୁ ପୋଲିସ ଗୁରୁବାର ୮ ଘଣ୍ଟା ପର୍ଯ୍ୟନ୍ତ ଆଫତାବର ପଲିଗ୍ରାଫ ଟେଷ୍ଟ କରାଇଥିଲେ । ଶ୍ରଦ୍ଧା ହତ୍ୟାକୁ ନେଇ ଅଭିଯୁକ୍ତ ପାଖରେ ରଖାଯାଇଥିଲା ୫୦ ପ୍ରଶ୍ନ । ଏବେ ଦିଲ୍ଲୀ ପୋଲିସ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ହେଉଛି ଅଭିଯୁକ୍ତ ମୁହଁରୁ ସତ ବାହାର କରିବା । ଫିଲ୍ମ ‘ଗଜନୀ’ର ଗଜନୀ କ୍ୟାରେକ୍ଟର ଭଳି ଆଫତାବ ବର୍ତ୍ତମାନ ଦିଲ୍ଲୀ ପୋଲିସକୁ ଚକମା ଦେବାରେ ଲାଗିଛି । ସିଧାସଳଖ ପ୍ରଶ୍ନର ଏମିତି ଉତ୍ତର ଦେଉଛି ଯେ ପୋଲିସ ବି ହରଡଗଣାରେ । ଅଫାତାବ ଗଜନୀ ଷ୍ଟାଇଲରେ ପୋଲିସକୁ ଭୁଆଁ ବୁଲାଉଛି । କେତେବେଳେ ଭୁଲିଯିବାର ନାଟକ କରୁଛି ତ ପୁଣି କେତେବେଳେ ନିଜ ବୟାନ ବାରବାର ବଦଳାଉଛି ।

LEAVE A REPLY

Please enter your comment!
Please enter your name here