ଘାଟିରୁ ଖସିଲା ଯାତ୍ରୀବାହୀ ବସ । ଭାରସାମ୍ୟ ହରାଇ ୧୦୦ ମିଟର ଘାଟି ତଳକୁ ଖସିପଡିଛି ବସ । ଏଥିରେ ୧୧ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତୀ କରାଯାଇଛି । ଏହି ଦୁର୍ଘଟଣା ଜମ୍ମୁ-କାଶ୍ମୀରର ପୁଂଛ ଜିଲ୍ଲାରେ ଘଟିଛି ।
ସୂଚନାଅନୁସାରେ ଏକ ଯାତ୍ରୀବାହୀ ବସ୍‌ (ଜେକେ ୦୨ ଡବ୍ଲ୍ୟୁ ୦୪୪୫) ଲୌରେନରୁ ପୁଂଛ ଯାଉଥିଲା । ପ୍ରାୟ ସକାଳ ୯ଟା ୧୫ରେ ବସ୍‌ଟି ଭାରସାମ୍ୟ ହରାଇ ଏକ ଗଭୀର ଖାଇକୁ ଖସି ପଡିଥିଲା । ତୁରନ୍ତ ସ୍ଥାନୀୟ ଲୋକ ଓ ପୋଲିସ ଅଧିକାରୀ ପହଁଚି ଉଦ୍ଧାର କାମ ଆରମ୍ଭ କରି ଦେଇଥିଲେ । କେତେକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍ଗୀନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here