ୟୁ ଟ୍ୟୁବରେ ବିଭିନ୍ନ କମ୍ପାନୀର ଖେଳଣା ରିଭ୍ୟୁ କରୁଥିବା ଜଣେ ବାଳକ ଏବେ କୋଟିପତି ପାଲଟି ଯାଇଛନ୍ତି । ତାଙ୍କୁ ୟୁଟ୍ୟୁବର ସର୍ବକନିଷ୍ଠ କୋଟିପତି ଭାବେ ବିବେଚିତ କରାଯାଉଛି । ୬ ବର୍ଷର ଏହି ଶିଶୁଟି ୟୁଟ୍ୟୁବରେ ୭୬ କୋଟି ବିଜିନେସ କରିଛି । ରେୟାନ ନାମକ ଏହି ବାଳକଙ୍କର ଭିଡିଓ ୩ବର୍ଷ ବୟସରୁ  ୟୁଟ୍ୟୁବରେ ଅପଲୋଡ କରାଯାଉଛି । ରେୟାନଙ୍କ ମା  ବାପା ୨୦୧୫ ମାର୍ଚ୍ଚ ଠାରୁ ରେୟାନଙ୍କ ଭିଡିଓ ଅପଲୋଡ କରିବା ଆରମ୍ଭ କରିଥିଲେ । ୨୦୧୭ରେ ତାଙ୍କର ଅପଲୋଡ ଭିଡିଓ ୧କୋଟି ଡଲାର ସଂଗ୍ରହ କରିଥିଲା । ଏବେ ୱାଲମାର୍ଟ ରେୟାନଙ୍କ ସହ ଡିଲ ସାଇନ୍ କରିଛନ୍ତି ।

LEAVE A REPLY

Please enter your comment!
Please enter your name here