କଳାହାଣ୍ଡି ଜିଲ୍ଲା ଆମପାଣି ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ହଜାର ହଜାର ଚାଷୀ . ଫଳରେ ଭବାନୀପାଟଣା ଓ ଜୟପୁର ମଧ୍ୟରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ତେବେ ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ କରିବାର କାରଣ ହେଉଛି, ଅକ୍ଟୋବରମାସରୁ କୋକସରା ବ୍ଲକକୁ ସଂପୂର୍ଣ୍ଣରୂପେ ମରୁଡି ଘୋଷଣା କରାଯିବା ପରେ ବିଭିନ୍ନ ପର୍ୟ୍ୟାୟରେ ସେମାନେ ଉପ-ଜିଲ୍ଲାପାଳ, ତହସିଲଦାର ଓ ୨୨ଟି ଗ୍ରାମପଞ୍ଚାୟତର ଅଧିକାରୀଙ୍କ ଜରିଆରେ ସରକାରଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ ସରକାର ଆଜି ଯାଏଁ ଚାଷୀମାନଙ୍କୁ କୌଣସି ସହାୟତା ପ୍ରଦାନ କରିନାହାନ୍ତି. ଯେଉଁଥିପାଇଁ ସେମାନେ ଜାତୀୟ ରାଜପଥ ଅବରୋଧ କରିଛନ୍ତି. ଅବରୋଧ ପରେ ମଧ୍ୟ ସେଠାରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚିନଥିବା ସୂଚନା ମିଳିଛି.

LEAVE A REPLY

Please enter your comment!
Please enter your name here