ଆଇଏନଏକ୍ସ ମିଡିଆ ଦୁର୍ନୀିତି ମାମଲାରେ ଗିରଫ ହୋଇଥିବା ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରୁ ପୁଣି ନିରାସ ହେବାକୁ ପଡିଛି । ଆଜି ଇଡି ମାମଲାରେ ଶୁଣାଣି କରି ସୁପ୍ରିମ କୋର୍ଟ ଚିଦାମ୍ବରଙ୍କୁ ଅଗ୍ରୀମ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ସିବିଆଇ ହେପାଜତରେ ଥିବା ଚିଦାମ୍ବରଙ୍କୁ ଏବେ ଇଡି ଗିରଫ କରିପାରିବ । ଦରକାର ପଡିଲେ ତିହାର ଜେଲ ମଧ୍ୟ ଯାଇପାରନ୍ତି ଚିଦାମ୍ବରମ ବୋଲି ସୂଚନା ମିଳିଛି । ଏୟାରସେଲ ମାକ୍ସିସ ଡିଲରେ ଚିଦାମ୍ବରମ ନିଜ ପଦବୀର ଅପବ୍ୟବହାର କରି ବେଆଇନ ଆର୍ଥିକ ନେଣଦେଣ କରିଥିବା ଇଡି କୋର୍ଟରେ ଦର୍ଶାଇଛି ।ଏନେଇ ସଂପୂର୍ଣ୍ଣ ପ୍ରମାଣ ରହିଛି ବୋଲି ଇଡି ସୂଚନା ଦେଇଛି ।ଯଦି କୋର୍ଟରେ ଅଗ୍ରିମ ଜାମିନମିଳେ ଚିଦାମ୍ବରମ ପ୍ରମାଣ ନଷ୍ଟ କରିବାରେ ସମ୍ବାବନା ଅଧିକ ରହିବ ବୋଲି ଇଡି ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here