ବହୁ ଚର୍ଚ୍ଚିତ ହେୟାର ଷ୍ଟାଇଲିସ୍ ଜାୱେଦ ହବିବ୍ ଏବେ ବିବାଦରେ । ଛେପ ପକାଇ ଚୁଟି କାଟିବା ଘଟଣାକୁ ନେଇ ଏବେ ବିବାଦ ଭିତରକୁ ଟାଣି ହୋଇଛନ୍ତି ଜାୱେଦ । ଉତ୍ତରପ୍ରଦେଶ ମୁଜାଫରନଗରରେ ଆୟୋଜିତ ଏକ ସେମିନାରରେ ମହିଳାଙ୍କ ଚୁଟିରେ ଛେପ ପକାଇ କାଟିଥିଲେ ଜାୱେଦ । ଏହାକୁ ନୂଆ ଟେକନିକ କହିବା ସାଙ୍ଗକୁ ପାଣି ନଥିଲେ ଏଭଳି କରିବାକୁ ପରାମର୍ଶ ଦେଇଥିଲେ । ଏହାକୁ ବିରୋଧ କରିବା ସହିତ ସେଠୁ ଉଠି ଚାଲି ଆସିଥିଲେ ମହିଳା ଜଣଙ୍କ । ଜାୱେଦଙ୍କ ଏପରି ବ୍ୟବହାରରେ ସେ ଅପମାନିତ ଅନୁଭବ କରିଥିବାରୁ ଥାନାରେ ମାମଲା ଦାୟର କରିଛନ୍ତି । ଏହି ଘଟଣାରେ କ୍ଷମା ପ୍ରାର୍ଥନା କରିଛନ୍ତି ଜାୱେଦ ।

LEAVE A REPLY

Please enter your comment!
Please enter your name here