ସୋମବାର କର୍ଣ୍ଣାଟକ ସରକାର ପେଟ୍ରୋଲ ଓ ଡିଜେଲ ଦରରେ ଦୁଇ ଟଙ୍କା ହ୍ରାସ କରିଛନ୍ତି । ପେଟ୍ରୋଲ ଓ ଡିଜେଲ ବୃଦ୍ଧି ପାଉଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା । ତେଣୁ ପେଟ୍ରୋଲ ଓ ଡିଜେଲ ଦର ୨ ଟଙ୍କା ହ୍ରାସ ନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ୱାମୀ । ମୂଲ୍ୟ ହ୍ରାସ ପରେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମ ଦିନର ଉପହାର ବୋଲି ଶ୍ରୀ କୁମାର ସ୍ୱାମୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ରାଜ୍ୟ ସରକାର ଲୋକଙ୍କ କଷ୍ଟ ଅନୁଭବ କରି ଦୁଇ ଟଙ୍କା ଦର ହ୍ରାସ କରିପାରୁଛନ୍ତି, ତେବେ କେନ୍ଦ୍ର ସରକାର କାହିଁକି ଏ ଦିଗରେ ପଦକ୍ଷେପ ନେଉନାହାଁନ୍ତି । ବର୍ତ୍ତମାନ କର୍ଣ୍ଣାଟକର ପେଟ୍ରୋଲ ଦର ୮୦ ଟଙ୍କା ୬ ପଇସା ଓ ଡିଜେଲ ଦର ୭୧ ଟଙ୍କା ୭୮ ପଇସା ହୋଇଛି ।

LEAVE A REPLY

Please enter your comment!
Please enter your name here