ବ୍ରହ୍ମପୁର : ଜାପାନର ୟୋକୋହମା ବନ୍ଦରରେ ଫସି ରହିଛନ୍ତି ଜଣେ ଓଡିଆ ଯୁବ ଇଞ୍ଜିନିୟର । ତାଙ୍କ ନାଁ ଶିବାଶିଷ ନାୟକ ଏବଂ ସେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳର ବୋଲି ଜଣାପଡିଛି । କରୋନା ଭାଇରସ ଆକ୍ରାନ୍ତ ସନ୍ଦେହରେ ୩,୭୦୦ ଯାତ୍ରୀ ଓ ଜାହାଜ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଭାବେ ରଖାଯାଇଛି । ଜାହାଜରେ ବର୍ତ୍ତମାନ ସୁଦ୍ଧା ୧୭୪ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୩ ଜଣ ଭାରତୀୟ ଅଛନ୍ତି । ଫସି ରହିଥିବା ଓଡିଆ ଯୁବ ଇଞ୍ଜିନିୟର ଶିବାଶିଷଙ୍କର ନମୁନା ନେଗେଟିଭ ଆସିଥିବା ସୂଚନା ମିଳିଛି । ଜାହାଜରେ ସମୁଦାୟ ୧୬୦ ଜଣ ଭାରତୀୟ ରହିଛନ୍ତି । କରୋନା ଭୟରେ ଯାତ୍ରୀମାନଙ୍କୁ ବାହାରକୁ ଛଡାଯାଉନାହିାଁ ତେବେ ଫସି ରହିଥିବା ଓଡିଆ ଯୁବ ଇଞ୍ଜିନିୟର ଶିବାଶିଷ ତାଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here