ସୋର :ଆଜିର ଏହି ଆଧୁନିକ ଯୁଗରେ ସବୁ କ୍ଷେତ୍ରରେ ଝିଅ ଓ ପୁଅଙ୍କୁ ସମାନତା ମିଳୁଛି କିନ୍ତୁ ଏବେ ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଝିଅ ଜନମକୁ ସ୍ୱୀକାର କରନ୍ତି ନାହିଁ । ଝିଅ ଓ ପୁଅ ମଧ୍ୟରେ ବାଛବିଚାର କରିଥାନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୋର ଥାନା ଅଇଁରୀ ଗାଁ ଅଞ୍ଚଳରେ । ସ୍ତ୍ରୀର ପ୍ରଥମ ଗର୍ଭରୁ ଝିଅ ଜନ୍ମ ହେବା ନେଇଁ ସ୍ୱାମୀ ସ୍ତ୍ରୀକୁ ଘରୁ ବାହାର କରି ଦେଇଛି । ୫ ବର୍ଷର ଶିଶୁ କନ୍ୟାର ହକ୍ ଦାବି କରି ରାତି ସାରା ଶୀତ କାକର ଥଣ୍ଡାରେ ସ୍ୱାମୀ ଘର ସମ୍ମୁଖରେ ସ୍ତ୍ରୀ ଦେଇଛି ଧାରଣା । ସୂଚନାଅନୁଯାୟୀ, ଅନନ୍ତପୁର ଫାଣ୍ଡିି ଅଇଁରୀ ଗାଁର ନୟନ ରାଉତ ଗତ ୨୦୧୫ ମସିହାରେ ପାଖ ଗାଁର ସୁରତୀ ରାଉତଙ୍କୁ ବିବାହ କରିଥିଲେ । ବିବାହର ୭ ମାସ ପରେ ସ୍ୱାମୀ ନୟନ ଅଧିକ ଯୌତୁକ ଦାବି କରି ସ୍ତ୍ରୀ ସୁରତୀକୁ ବାପଘରକୁ ପଠାଇ ଦେଇଥିଲା । ସୁରତୀ ପରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲା । କିନ୍ତୁ ସ୍ୱାମୀ ନୟନ କନ୍ୟା ସନ୍ତାନ ଓ ସ୍ତ୍ରୀ ସୁରତୀକୁ ଗ୍ରହଣ କରୁନାହିଁ । ଫଳରେ ଅନ୍ୟ କିଛି ବାଟ ନ ପାଇ ସ୍ତ୍ରୀ ସୁରତୀ ୫ ବର୍ଷ ପରେ ଶିଶୁ କନ୍ୟାର ହକ୍ ଦାବି କରି ଗତକାଲି ଅପରାହ୍ନ ଠାରୁ ରାତିସାରା ସ୍ୱାମୀ ଘର ସମ୍ମୁଖରେ ଧାରଣା ଦେଇଛି । ସେପଟେ ବହୁଥର ସମାଧାନ କରିବାକୁ ଚେଷ୍ଟା କରି ବିଫଳ ହୋଇଥିବା କଥା ଶାଶୁ ଛବି ରାଉତ କହିଛନ୍ତି । ଉଭୟ ପକ୍ଷରୁ ଅନନ୍ତପୁର ଫାଣ୍ଡିିରେ ଅଭିଯୋଗ କରାଯାଇଥିବା ଜଣାପଡିଛି । (ରିପୋର୍ଟ – ରୁଚିକ ରଞ୍ଜନ ମହାପାତ୍ର, ସୋର)

LEAVE A REPLY

Please enter your comment!
Please enter your name here