ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ମିଳିଲାନି ଜାମିନ । ବ୍ରିଟେନ କୋର୍ଟରେ ନିରବ ମୋଦିଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଚତୁର୍ଥ ଥର ପାଇଁ ନିରବଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଅନ୍ୟପଟେ କିଙ୍ଗଫିସର କମ୍ପାନିର ମାଲିକ ବିଜୟ ମାଲ୍ୟା ଓ ହୀରା ବ୍ୟବସାୟୀ ନିରବ ମୋଦି ଭାରତ ଫେରିବା ପରେ ଦୁହିଁଙ୍କୁ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍ରେ ୧୨ ନମ୍ବର କଠୋରୀରେ ଏକାଠି ରଖାଯିବ । ଦୁହିଁଙ୍କୁ ଭାରତ ଆଣିବାକୁ ପ୍ରସ୍ତୁତି ଚାଲିଥିବା ବେଳେ ସମାନ ଢଙ୍ଗରେ ଜେଲ୍ ର ୧୨ ନମ୍ବର ସେଲ୍ ର ମରାମତି ଚାଲିଛି । ଆର୍ଥର ରୋଡ୍ ଜେଲ୍ରେ ୨୦/୧୫ ଫୁଟର କୋଠରୀ ରେ ଦୁଇ ଜଣଙ୍କୁ ରଖାଯିବାର ସୂଚନା ମିଳୁଛି । ଏହି କୋଠରୀରେ ଫ୍ୟାନ୍ ,ଟୁ୍ୟବ ଲାଇଟ,ସୁଦ୍ଧ ପାନୀୟ ଜଳ ଏବଂ ପାଇଖାନା ଭଳି ସୁବିଧା ରହିବ । ଭାରତ ସରକାର ଏହି ଦୁଇ ପଳାତକଙ୍କୁ ଭାରତ ଆଣିବାକୁ ପ୍ରୟାସରେ ରହିଛି । ନିରବଙ୍କ ଜାମିନ ପାଇଁ ଲଣ୍ଡନ ଓୱେଲ୍ସ ହାଇକୋର୍ଟରେ ହୋଇଥିବା ଆବେଦନର ରାୟ ଆଜି ପ୍ରକାଶ ପାଇଛି । ଯେଉଁ ଥିରେ ପିଏନବି ମହାଦୁର୍ନୀତିର ମୂଖ୍ୟ ନିରବ ମୋଦିଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଚତୁର୍ଥ ଥର ନିରବଙ୍କ ଜାମିନ୍ ଆବେଦନକୁ ଖାରଜ କରିଛନ୍ତି ଲଣ୍ଡନ କୋର୍ଟ ।

LEAVE A REPLY

Please enter your comment!
Please enter your name here