ଜେଲ୍ ଭିତରେ ଥିବା ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ତିଲୁ ତାଜପୁରିୟାକୁ ପିଟି ପିଟି ମାରିଦେଲେ । ଜେଲ୍ ଭିତରେ ଥିବା ତିଲୁର ବିରୋଧୀ ଗୋଷ୍ଠୀର କଏଦୀମାନେ ଲୁହାରଡରେ ତିଲୁକୁ ପିଟି ପିଟି ମାରିଛନ୍ତି । ଜେଲ୍ କର୍ତ୍ତୃପକ୍ଷ ଗୁରୁ ଅବସ୍ଥାରେ ତିଲୁକୁ ଦୀନ ଦୟାଲ ହସପିଟାଲକୁ ନେଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଦିଲ୍ଲୀ ତିହାର ଜେଲରେ ଘଟିଛି ଘଟଣା । 2021ରେ ଦିଲ୍ଲୀ ରୋହିଣୀ କୋର୍ଟ ରୁମ୍ ଭିତରେ ଗୋଗୀ ଗ୍ୟାଙ୍ଗ ମୁଖ୍ୟ ଜିତେନ୍ଦ୍ର ଗୋଗିକୁ ତିଲୁ ଗ୍ୟାଙ୍ଗ ସଦସ୍ୟମାନେ ଗୁଳି କରି ହତ୍ୟା କରିଥିଲେ । ଗୋଗୀ ଗ୍ୟାଙ୍ଗ ସହ ତିଲୁର ପଡୁ ନ ଥିବାରୁ ଦୁଇ ଗ୍ୟାଙ୍ଗ ଭିତରେ ଛକାପଞ୍ଝା ଲାଗି ରହୁଥିଲା । ଆଜି ସକାଳେ ଜେଲ୍ ଭିତରେ ଗୋଗୀ ଗ୍ୟାଙ୍ଗର ସଦସ୍ୟ ୟୋଗେଶ ଟୁଣ୍ଡା ଓ ତା ସମର୍ଥକମାନେ ଜେଲ୍ କୋଠରୀର ଲୁହା ଗ୍ରୀଲ୍ ଭାଙ୍ଗି ତଳ ମହଲାରେ ରହୁଥିବା ତିଲୁ ଉପରେ ଆକ୍ରମଣ କରିଥିଲେ । ଏହି ଘଟଣାରେ ଆଉ ଜଣେ କଏଦୀ ମଧ୍ୟ ଆହତ ହୋଇଥିବା ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here