ଲଗାଣ ବର୍ଷାରେ ଉବୁଟୁବୁ ବାଙ୍ଗାଲୋର । ପ୍ରବଳ ବର୍ଷାରେ ବେହାଲ ହୋଇପଡିଛି ପୁରା ସହର । କେତେକ ଅଞ୍ଚଳରେ ରାସ୍ତା ପାଣିରେ ବୁଡି ରହିଥିବାରୁ ଯିବା ଆସିବା କରିବାକୁ ନାନା ଅସୁବିଧା ଭୋଗୁଛନ୍ତି ଲୋକେ । ବିଶେଷକରି ଆଇଟି ଇଞ୍ଜିନିୟରମାନେ ଟ୍ରାକ୍ଟର, କେନ୍ ରେ ଅଫିସ ଯାଉଛନ୍ତି । ସହରର କେତେକ ଅଞ୍ଚଳରେ ପାୱାର କଟ୍ କରାଯାଇଥିବାବେଳେ ଆଉ କେତେକ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ହୋଇପାରୁନଥିବାରୁ ଲୋକେ ବହୁ ସମସ୍ୟା ଭୋଗୁଛନ୍ତି । ଅଳ୍ପ ସମୟ ମଧ୍ୟରେ ପ୍ରବଳ ବର୍ଷା ଏବଂ ବିନା ଯୋଜନାରେ ଏପଟସେପଟ ଘର ତିଆରି ଯୋଗୁଁ ବେଙ୍ଗାଲୁରୁରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ୫୦୦ରୁ ଅଧିକ ଟ୍ରେନକୁ ଜବରଦଖଲ କରାଯାଇ ତାଉପରେ ବେଆଇନ୍ ନିର୍ମାଣ ହୋଇଥିବାର ରିପୋର୍ଟ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ବାଙ୍ଗାଲୋରରୁ ଜଳ ନିଷ୍କାସନ ପାଇଁ ୧୫ ଶହ କୋଟି ଖର୍ଚ୍ଚ କରାଯାଇଛି । ତାସହିତ ଜବରଦଖଲ ଉଚ୍ଛେଦ ପାଇଁ ଖର୍ଚ୍ଚ କରାଯିବ ୩ ଶହ କୋଟି ।

LEAVE A REPLY

Please enter your comment!
Please enter your name here