କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସୁରେଶ ରାଇନା । ଆଇପିଏଲ ବି ଖେଳିବେନି ରାଇନା । ନିଜ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ରାଇନା । ସେ ଟ୍ୱିଟ୍ କରି ଲେଖିଛନ୍ତି, ‘ଆମ ଦେଶ ତଥା ରାଜ୍ୟ ୟୁପି ପ୍ରତିନିଧିତ୍ୱ କରିବା ଏକ ଗର୍ବର ବିଷୟ। ସମସ୍ତ ପ୍ରକାର କ୍ରିକେଟ୍‌ରୁ ମୋର ଅବସର ଘୋଷଣା କରିବାକୁ ଚାହୁଁଛି। ମୋର ଦକ୍ଷତା, ମୋ ଉପରେ ବିଶ୍ୱାସ ଓ ମୋର ସମର୍ଥନ କରିଥିବା ପାଇଁ ମୁଁ @BCCI, @UPCACricket, @ChennaiIPL, @ShuklaRajiv ସାର୍ ଏବଂ ମୋର ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି।’ ଏହା ପୂର୍ବରୁ ରାଇନା ୧୫ ଅଗଷ୍ଟ ୨୦୨୦ରେ ଇଣ୍ଟରନ୍ୟାସନାଲ କ୍ରିକେଟରୁ ଅବସର ନେଇଥିଲେ ।

LEAVE A REPLY

Please enter your comment!
Please enter your name here