ଗୁଜୁରାଟର ଦେବଭୂମି ଖମ୍ବାଳିଆ ଗାଁ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା. ମିଳିଥିବା ସୂଚନା ଅନୁସାରେ, ଭୂପିନ୍ଦର ସିଂ ଜେଠୱା ନାମକ ଜଣେ ଯବାନ କିଛି ଦିନ ପୂର୍ବେ ଘରକୁ ବୁଲିବାକୁ ଆସିଥିଲେ. କିଛିଦିନ ରହିବା ପରେ ପୁଣି ନିଜ କର୍ମକ୍ଷେତ୍ରକୁ ଫେରିଯାଇଥିଲେ. ସ୍ୱାମୀ ଭାରତୀୟ ସେନାରେ ଥିବାରୁ ଏ ନେଇ ଖୁସି ନଥିଲେ ପତ୍ନୀ ମିନାକ୍ଷୀ. ତେବେ ଫେବୃୟାରୀ ୧୪ ତାରିଖ ପୁଲୱାମାରେ ଆତଙ୍କୀ ହାମଲା ଖବର ଶୁଣିବା ପରେ ଦୁଃଖରେ ଭାଙ୍ଗିପଡିଥିଲେ ମିନାକ୍ଷୀ. ସଂପୂର୍ଣ୍ଣ ଖବର ଜାଣିବା ପୂର୍ବରୁ ସେ ଆତ୍ମହତ୍ୟା କରିଥିଲେ. ପରେ ବିଳମ୍ବିତ ରାତିରେ ପରିବାର ଲୋକେ ଯେତେବେଳେ ଏକ କାର୍ୟ୍ୟକ୍ରମରୁ ଫେରିଥିଲେ, ଦେଖିବାକୁ ପାଇଥିଲେ ଏହି ଦୃଶ୍ୟ. ପରେ ଏନେଇ ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ. ସ୍ୱାମୀ ଭୂପିନ୍ଦର ଭାରତୀୟ ସେନାରେ ଥିବାରୁ ସବୁବେଳେ ଚିନ୍ତିତ ଥିଲେ ମୀନାକ୍ଷୀ. ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ସୂଚନା ଦେଇଛି ପୋଲିସ.

LEAVE A REPLY

Please enter your comment!
Please enter your name here