ବିଶ୍ୱର ଧନୀ ସେଲିବ୍ରିଟି ତାଲିକାରେ କିଙ୍ଗ୍‌ଖାନ୍ ଶାହାରୁଖ । ଚତୁର୍ଥ ସ୍ଥାନରେ ଅଛନ୍ତି ଶାହାରୁଖ । ତାଙ୍କ ପାଖରେ ରହିଛି ମୋଟ୍ ୭୭୦ ମିଲିୟନ ଡଲାର । ଶାହାରୁଖଙ୍କ ପାଖରେ ଅଛି ୬୨୫୯ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି । ବିଶ୍ୱର ସବୁଠୁ ଧନୀ ଅଭିନେତା ତାଲିକାର ଶୀର୍ଷ ୧୦ ଜଣଙ୍କ ଭିତରେ କିଙ୍ଗ ଖାନ୍ ଅଛନ୍ତି । ଟମ୍ କ୍ରୁଜ୍ ଓ ଜ୍ୟାକି ଚେନଙ୍କୁ ପଛରେ ପକାଇଲେ ଶାହାରୁଖ ଖାନ୍ । ସବୁଠୁ ଧନୀ ଅଭିନେତା ତାଲିକାରେ ପ୍ରଥମ ସ୍ଥାନରେ ଆମେରିକାନ କମେଡିଆନ୍ ଜେରି ସେନଫେଲଡ । ଧନୀ ସେଲିବ୍ରିଟି ତାଲିକାରେ ଦ୍ୱିତୀୟ ସ୍ଥାନରେ ଟେଲର ପେରୀ । ଧନୀ ସେଲିବ୍ରିଟି ତାଲିକାରେ ତୃତୀୟ ସ୍ଥାନରେ ଡ୍ୱେନ୍ ଜନସନ ।

LEAVE A REPLY

Please enter your comment!
Please enter your name here