ପ୍ରତିବର୍ଷ ମେ ୩୧କୁ ବିଶ୍ୱ ତମାଖୁ ମୁକ୍ତ ଦିବସ ଭାବେ ପାଳନ କରାଯାଉଛି । ସର୍ବପ୍ରଥମେ ୧୯୮୭ ମସିହାରେ ବିଶ୍ୱ ତମାଖୁ ମୁକ୍ତ ଦିବସ ପାଳନ କରାଯାଇଥିଲା । ସିଗାରେଟ୍ ମାଧ୍ୟମରେ ଲୋକେ ସବୁଠାରୁ ଅଧିକ ତମାଖୁ ସେବନ କରିଥାନ୍ତି । ସିଗରେଟ୍ ସେବନ କରିବା ଦ୍ୱରା ଫୁସ୍ଫୁସ୍ରେ ବହୁ ମାତ୍ରାରେ ପ୍ରଭାବ ପଡିଥାଏ ଓ ନିଶ୍ୱାସ ପ୍ରଶା୍ୱସ ନେବାକୁ କଷ୍ଟ ହୋଇଥାଏ । ଯଦି ଲୋକେ ସିଗାରେଟ୍ର ଅଭ୍ୟାସ ପଡିଯାନ୍ତି, ତେବେ ତାକୁ ଛାଡିବା ମୁସ୍କିଲ ହୋଇପଡେ । ପ୍ରତିବର୍ଷ ତମାଖୁ ସେବନ ଦ୍ୱାରା ଦେଶରେ ୬୦ ଲକ୍ଷରୁ ଅଧିକ ଲୋକ ମୃତୁ୍ୟର ଶିକାର ହୋଇଥାନ୍ତି ଏବଂ କର୍କଟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ସମଗ୍ର ବିଶ୍ୱରେ ଚୀନ ତମାଖୁ ସେବନରେ ଶୀର୍ଷରେ ରହିଛି । ତା ପଛକୁ ରହିଛି ଭାରତ । ଚୀନରେ ୩୦ କୋଟି ଲୋକ ତମାଖୁ ସେବନ କରୁଥିବା ବେଳେ ଭାରତରେଏହି ସଂଖ୍ୟା ରହିଛି ୨୭ କୋଟି । ୨୦୧୪ରେ ଚୀନ ବିଶ୍ୱର ୩୦ ପ୍ରତିଶତ ତମାଖୁ ସିଗାରେଟ ଉତ୍ପାଦନ ଓ ବ୍ୟବହାର କରୁଥିଲା । ଋଷିଆରେ ୬୦ ପ୍ରତିଶତ ପୁରୁଷ ତମାଖୁ ସେବନ କରିଥାନ୍ତି । ତମାଖୁ ସେବନର ମାରାତ୍ମକତା ଜାଣିବା ପରେ ଲୋକେ ଅଭ୍ୟାସଗତ ଭାବେ ସିଗାରେଟ ଟାଣିଥାନ୍ତି । ତେଣୁ ସଚେତନତା ପାଇଁ ବିଶ୍ୱ ତମାଖୁ ମୁକ୍ତ ଦିବସ ପାଳନ କରାଯାଉଛି ।

LEAVE A REPLY

Please enter your comment!
Please enter your name here