ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପଞ୍ଚଭୁତରେ ବିଲୀନ ହେବା ପରେ ଅସ୍ଥି ବିସର୍ଜନ ପାଇଁ ପ୍ରସ୍ତୁତି ଚାଲିଛି। ରବିବାର ଦିନ ଉତ୍ତରାଖଣ୍ଡର ହରିଦ୍ୱାର ଗଙ୍ଗାନଦୀ ସହ ଉତ୍ତରପ୍ରଦେଶର ନଦୀରେ ଅସ୍ଥି ବିସର୍ଜନ କରାଯିବ । ଅନ୍ୟପଟେ ଏହି ଜନନାୟକଙ୍କ ସ୍ମୃତିରେ ଉତ୍ତରପ୍ରଦେଶର ଯୋଗୀ ସରକାର ଚାରୋଟି ସ୍ମାରକୀ ନିର୍ମାଣ କରିବେ। ୟୁପି ସରକାରଙ୍କ କ୍ୟାବିନେଟରେ ଏନେଇ ପ୍ରସ୍ତାବ ଅଣାଯିବ ଏବଂ ସ୍ମାରକୀ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯିବ। ଅନ୍ୟପଟେ ଉତ୍ତରପ୍ରଦେଶର ବିଭିନ୍ନ ନଦୀରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ ପ୍ରକ୍ରିୟାରେ ସମସ୍ତ ଜିଲ୍ଲାରେ ଅଟଳ ଅସ୍ଥି କଳସ ଯାତ୍ରା ଅନୁଷ୍ଠିତ ହେବ। ବିଜେପି ନେତା ଏବଂ ମନ୍ତ୍ରୀ ଏଥିରେ ସାମିଲ ହେବେ। ଯୋଗୀ ଆଦିତ୍ୟନାଥ ରାଜ୍ୟର ସମସ୍ତ ଛୋଟ ଏବଂ ବଡ ନଦୀରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ କରିବା ପାଇଁ କହି ସାରିଛନ୍ତି । ଏଭଳି ବିସର୍ଜନର ଲକ୍ଷ୍ୟ ହେଉଛି, ନଦୀ ଗୁଡିକ ଯେଉଁ ଅଞ୍ଚଳ ଦେଇ ପ୍ରଭାବିତ ହେଉଛି ସେହି ସମସ୍ତ ଅଞ୍ଚଳର ଲୋକେ ବାଜପେୟୀଙ୍କ ସହ ସମ୍ପର୍କ ଅନୁଭବ କରିବେ।

LEAVE A REPLY

Please enter your comment!
Please enter your name here