ଆଜି ସାରା ଦେଶରେ ଆନ୍ଦୋଳନ କରୁଥିବା କୃଷକମାନେ ପାଳନ କରୁଛନ୍ତି ସଦଭାବନା ଦିବସ । ଏହି ଦିନଟିକୁ ସେମାନେ ଉପବାସ ରହି ସଦଭାବନା ଦିବସ ଭାବେ ପାଳନ କରିବେ । ଦେଶବାସୀଙ୍କୁ ଏଥିରେ ସାମିଲ ହେବା ପାଇଁ କୃଷକମାନେ ଆହ୍ୱାନ ଦେଇଛନ୍ତି । ସକାଳ ୯ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କୁହାଯାଇଛି । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିକୁ ପୁଣି ଜୋରଦାର କରିବା ପାଇଁ ଅଣ୍ଟା ଭିଡିଛନ୍ତି ଚାଷୀନେତା । ସେପେଟ ଦିଲ୍ଲୀ ସିଂଘୁ ସୀମାରେ ଜାରି ରହିଥିବା କୃଷକ ଆନ୍ଦୋଳନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଆନ୍ଦୋଳନ ହଟାଇବା ପାଇଁ ସ୍ଥାନୀୟ ଲୋକମାନେ ବିକ୍ଷୋଭ କରିବା ପରେ ଆନ୍ଦୋଳନ କରି ଚାଷୀଙ୍କ ସହ ସେମାନେ ମୁହାଁମୁହିଁ ହୋଇଛନ୍ତି । ଏପରିକି ଉଭୟ ପକ୍ଷ ମଧ୍ୟ ପରସ୍ପର ଉପରକୁ ପଥରମାଡ କରିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଲାଠିମାଡ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here