ସାରାଦେଶ ପାଳନ କରିବାକୁ ଯାଉଛି ଆଲୋକର ପର୍ବ ଦୀପାବଳୀ. ଦୀପାବଳୀ ଏକ ଏଭଳି ପର୍ବ ଯାହାକୁ ସମସ୍ତେ ଅତି ଆନନ୍ଦ ଉଲ୍ଲାସର ସହ ଅପେକ୍ଷା କରିଥାନ୍ତି. ସମସ୍ତଙ୍କ ପରି ରାମନଗରୀ ଅଯୋଧ୍ୟା ବାସୀ ମଧ୍ୟ ଅତି ଆନନ୍ଦର ସହ ଏହି ଆଲୋକର ପର୍ବକୁ ଅପେକ୍ଷା କରିଥାନ୍ତି. ତେବେ ଚଳିତ ବର୍ଷ ଆଯୋଧ୍ୟା ନଗରୀରେ ଦୀପାବଳୀକୁ ଟିକେ ଖାସ୍ ଢଙ୍ଗରେ ପାଳନ କରାଯିବ. ପ୍ରାୟ ତିନି ଲକ୍ଷ ଦୀପରେ ଅଯୋଧ୍ୟା ନଗରୀକୁ ସଜ୍ଜା ଯିବ. ଆଉ ଏହି ବିଶେଷ ଧରଣର ଆୟୋଜନକୁ ଦେଖିବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିବା ସହ ଦକ୍ଷିଣ କୋରିଆର ପ୍ରଥମ ମହିଳା କିମ୍ ଜୁଙ୍ଗ୍ ସୁକ୍ ମଧ୍ୟ ଅଯୋଧ୍ୟାରେ ଉପସ୍ଥିତ ରହିବେ. ତେବେ ମଙ୍ଗଳବାର ସନ୍ଧ୍ୟାରେ ଯେତେବେଳେ ପୂରା ଅଯୋଧ୍ୟା ତିନି ଲକ୍ଷ ଦୀପରେ ଆଲୋକିତ ହେବ, ସାରା ବିଶ୍ୱର ନଜର ଅଯୋଧ୍ୟ ଉପରେ ହିଁ ଅଟକି ରହିବ. ଏହା ଛଡା ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ. ତେବେ ଚଳିତ ବର୍ଷ ଅଯୋଧ୍ୟାକୁ ଏଭଳି ରୂପେ ସଜ୍ଜା ଯାଇଛି, ଯାହାକୁ ଦେଖିଲେ ତ୍ରେତୟା ଯୁଗ କଥା ନିଶ୍ଚିତରୂପେ ମନେ ପଡିଯିବ.