ଏଣିକି ବିନା ଅନୁମତିରେ ଆନ୍ଧ୍ରରେ ପ୍ରବେଶ କରିପାରିବନି ସିବିଆଇ । ଆନ୍ଧ୍ରର କୌଣସି ମାମଲାରେ ହସ୍ତକ୍ଷେପ କରିପାରିବନି ସିବିଆଇ । ସିବିଆଇରେ ଚାଲିଥିବା ଭ୍ରଷ୍ଟାଚାର ଛକାପଞ୍ଝା ମଧ୍ୟରେ ଆନ୍ଧ୍ରପ୍ରଦେଶ ସରକାର ଏହି ନିଷ୍ପତି ନେଇଛନ୍ତି । କେନ୍ଦ୍ର ସିବିଆଇର ଅପବ୍ୟବହାର କରିଛି ବୋଲି ଅଭିଯୋଗ କରିଛି ଟିଡିପି । ୬ମାସ ଆନ୍ଧ୍ରରେ ଅପବ୍ୟବହାର କରିଛନ୍ତି ମୋଦି ସରକାର । ସରକାର ଦିଲ୍ଲୀ ସ୍ପେସିଆଲ ପୁଲିସ ଏଷ୍ଟାବ୍ଲିସମେଂଟ ଆକ୍ଟ ୧୯୪୬ ଆଧାରରେ ସାଧାରଣ ସହମତିକୁ ଫେରାଇ ନେଇଛି । ଯାହା ଦିଲ୍ଲୀ ସ୍ପେସିଆଲ ପୁଲିସ ଏଷ୍ଟାବ୍ଲିସମେଂଟ ସଦସ୍ୟଙ୍କୁ ରାଜ୍ୟ ମଧ୍ୟରେ ନିଜ ଶକ୍ତି ଏବଂ ଅଧିକାର କ୍ଷେତ୍ରର ପ୍ରୟୋଗ କରିବା ପାଇଁ ଦିଆ ଯାଇଥିଲା ।

LEAVE A REPLY

Please enter your comment!
Please enter your name here