ସେଲିବ୍ରେସନ ପାଲଟିଲା କାଳ। ବାଙ୍ଗାଲୋରରେ RCB ଉତ୍ସବରେ ଯୋଗଦେବା ପାଇଁ ଦଳାଚକଟାରେ ୧୧ ଜଣଙ୍କ ଜୀବନ ଗଲା। ଏହି ଦଳାଚକଟାରେ ଜଣେ ବାପା ତାଙ୍କର ଏକମାତ୍ର ପୁଅକୁ ହରାଇଛନ୍ତି। ସେ କାନ୍ଦି କାନ୍ଦି ପ୍ରଶାସନକୁ ନିବେଦନ କରିଛନ୍ତି ଯେ ପୋଷ୍ଟମର୍ଟମ ବିନା ତାଙ୍କ ପୁଅର ମୃତଦେହ ତାଙ୍କୁ ଫେରାଇ ଦିଆଯାଉ। ପୁଅର ମୃତଦେହକୁ ଖଣ୍ଡ ଖଣ୍ଡ କରନ୍ତୁ ନାହିଁ। ଗତକାଲି ବାଙ୍ଗାଲୋରର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆଇପିଏଲରେ ବିଜୟ ଟିମ୍ RCBର ସେଲିବ୍ରେସନ ପାଇଁ ଏକାଠି ହୋଇଥିଲେ ହଜାର ହଜାର ଲୋକ, ହେଲେ ଏହି ସମୟରେ ଦଳାଚକଟା ହୋଇ ୧୧ ଜଣଙ୍କ ମୃତ୍ୟୁ ଛଟିଛି ଏବଂ ଅନେକ ଆହତ ହୋଇଥିଲେ ଏହି ।ଘଟଣା ସଭିଙ୍କୁ ବିଚଳିତ କରିଛି ।

ଏହି ଦଳାଚକଟାରେ ଜଣେ ବ୍ୟକ୍ତି ତାଙ୍କ ଏକମାତ୍ର ପୁଅକୁ ହରାଛନ୍ତି । ଲୁହ ଛଳ ଛଳ ଆଖୀ ରେ ସେ ଅନୁରୋଧ କରୁଛନ୍ତି କି, ପୋଷ୍ଟମର୍ଟମ ନକରି ତାଙ୍କ ପୁଅର ମୃତଦେହକୁ ଫେରାଇ ଦିଅନ୍ତୁ । ତା ଶରୀରକୁ ଖଣ୍ଡ ଖଣ୍ଡ କରନାହିଁ। ସେ କାନ୍ଦି କାନ୍ଦି କହିଛନ୍ତି କି, ମୋର କେବଳ ଗୋଟିଏ ପୁଅ ଥୂଲା, ଆଜି ମୁଁ ତାକୁ ମଧ୍ୟ ହରାଇଲି। ସେ ମୋତେ ନକହି ଏଠାକୁ ଆସିଥିଲା । ଏବେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଏଠାକୁ ଆସିବେ, ଦେଖା କରିବେ କିନ୍ତୁ କେହି ମୋ ପୁଅକୁ ଫେରାଇ ଆଣିପାରିବେ ନାହିଁ।

LEAVE A REPLY

Please enter your comment!
Please enter your name here