ବିଶାଖାପଟନମ ହେବ ଆନ୍ଧ୍ର ପ୍ରଦେଶର ନୂଆ ରାଜଧାନୀ । ପୂର୍ବରୁ ଆନ୍ଧ୍ର ପ୍ରଦେଶର ବିଭାଜନ ପରେ ଏହାର ନୂଆ ରାଜଧାନୀ ଅମରାବତୀ ଥିଲା । ଆନ୍ଧ୍ର ପ୍ରଦେଶର ନୂଆ ରାଜଧାନୀ ବିଶାଖାପଟନମ ହେବ ବୋଲି ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନମୋହନ ରେଡ୍ଡୀ ଘୋଷଣା କରିଛନ୍ତି । ଖୁବଶୀଘ୍ର ରାଜଧାନୀ ସ୍ଥାନାନ୍ତରଣ ପକ୍ରୀୟା ଆରମ୍ଭ ହେବ । ବିଶାଖାପଟନମ ଭାଇଜାକ ନାମରେ ଜଣାଶୁଣା । ଅମରାବତୀ ବଦଳରେ ଆନ୍ଧ୍ରର ନୂଆ ରାଜଧାନୀ ପ୍ରତିଷ୍ଠା ପାଇଁ ଜଗନମୋହନ ରେଡ୍ଡୀ ସ୍ଥାନ ଖୋଜୁଥିଲେ । ଶେଷରେ ଏଥିପାଇଁ ବିଶାଖାପଟନମକୁ ଚୟନ କରିଛନ୍ତି । ଉପକୂଳବର୍ତ୍ତୀ ବିଶାଖାପଟନମକୁ ଆନ୍ଧ୍ର ପ୍ରଦେଶର ରାଜଧାନୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ସ୍ଥାନ ଆନ୍ଧ୍ର ପ୍ରଦେଶ ପାଇଁ ସର୍ବୋତ୍ତମ ସ୍ଥାନ ବୋଲି ବିବେଚନା କରାଯାଉଛି । ଯୋଗାଯୋଗ ଠାରୁ ଆରମ୍ଭ କରି ଏଠାରେ ରାଜଧାନୀ ପ୍ରତିଷ୍ଠା ପାଇଁ ସବୁ ପ୍ରକାର ଭିତ୍ତି ଭୂମି ରହିଛି ।

LEAVE A REPLY

Please enter your comment!
Please enter your name here