ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇଛି । ଏହି ବିଲ ରାଜ୍ୟସଭାରେ ଉପସ୍ଥାପନା ବେଳେ ୨ଜଣ ପିଡିପି ସାଂସଦ ପ୍ରବଳ ପାଟିତୁଣ୍ଡ ସହ ହଙ୍ଗାମା କରିବା କାରଣରୁ ତାଙ୍କୁ ଗୃହରୁ ବିତାଡ଼ିତ କରାଯାଇଛି । ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶ।।ହା ଧାରା ୩୭୦,୩୫(ଏ) ବିଲ ଉପସ୍ଥାପନା ବେଳେ ୨ଜଣ ପିଡିପି ସାଂସଦ ନାଜିର ଅହମ୍ମଦ ଲାୱେ ଓ ଏମଏମ ଫୟାଜ ହଙ୍ଗାମା କରିଥିଲେ । ଏହା ସହ ସେ ଦୁହେଁ ରାଜ୍ୟ ସଭାରେ ପ୍ରବଳ ପାଟିତୁଣ୍ଡ କରିବା ସହ ସମ୍ଭିଧାନ ଚିରିବାକୁ ଉଦ୍ୟମ କରିଥିଲେ । ଗୃହରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବାରୁ ଉଭୟଙ୍କୁ ଅଧ୍ୟକ୍ଷ ବିତାଡ଼ିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here