ଝିଅକୁ ମାରି ଟ୍ରଲିବ୍ୟାଗ୍ ରେ ଭର୍ତ୍ତି କରିଦେଲା ନୃଶଂସ ବାପା । ୧୮ ନଭେମ୍ବରରେ ୟୁପି ମଥୁରାର ଯମୁନା ଏକ୍ସପ୍ରେସ୍‌ୱେ ନିକଟରେ ଏକ ନାଲି ରଙ୍ଗର ଟ୍ରଲି ବ୍ୟାଗ ପଡିଥିଲା । ଲୋକେ ଏହି ବ୍ୟାଗକୁ ଦେଖି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ବ୍ୟାଗ ଖୋଲିବାରୁ ସେଥିରେ ଜଣେ ଯୁବତୀଙ୍କ ମରଶରୀର ଦେଖିଥିଲେ ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଯୁବତୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଯୁବତୀ ଜଣଙ୍କ ଦିଲ୍ଲୀ ବଦରପୁରର ଆୟୁଷି ଯାଦବ । ତାଙ୍କୁ ୨୧ ବର୍ଷ ବୟସ । ଆୟୁଷିଙ୍କ ବାପା ହିଁ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଝିଅ ଘରେ ନଜଣାଇ କୁଆଡେ ବୁଲିବାକୁ ଯାଇଥିଲେ । ଘରୁ ବାହାରିକି ଯିବାର କିଛି ଦିନ ପରେ ଆୟୁଷି ପୁଣି ଘରକୁ ଫେରିଥିଲେ । ହେଲେ ଜାଣିନଥିଲେ ଘରକୁ ଫେରିବା ମାତ୍ରେ ତାଙ୍କ ଜୀବନ ଚାଲିଯିବ । ଖୋଦ୍ ଜନ୍ମ କଲା ବାପା ତାଙ୍କ ଜୀବନ ନେଇଯିବେ ସେ କେବେ ସ୍ୱପ୍ନରେ ସୁଧା ଭାବିନଥିବେ । ଆୟୁଷି ଘରକୁ ଫେରିଥିବା ଦେଖି ତାଙ୍କ ବାପା ନିତେଶ, ଖୁବ୍ ଉତ୍‌କ୍ଷିପ୍ତ ହୋଇଥିଲେ । ଆଉ ନିଜର ହିତାହିତ ଜ୍ଞାନ ଭୁଲିଯାଇଥିଲେ । ଆୟୁଷିଙ୍କ କୌଣସି ପ୍ରକାର ଯୁକ୍ତି ଶୁଣିନଥିଲେ । ସିଧା ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ଜୀବନ ଚାଲିଯାଇଥିଲା ।ଏହାପରେ ବାପା ନିତେଶ ଏକ ପଲିଥିନ୍‌ରେ ଆୟୁଷିଙ୍କ ମୃତଦେହକୁ ଗୁଡ଼ାଇଥିଲେ । ତାପରେ ଏକ ନାଲି ରଙ୍ଗର ଟ୍ରଲି ବ୍ୟାଗ୍‌ରେ ଶରୀରକୁ ପ୍ୟାକ୍ କରିଥିଲେ । ଆଉ ତାକୁ ନେଇ ଉତ୍ତରପ୍ରଦେଶ ମଥୁରାର ଯମୁନା ଏକ୍ସପ୍ରେସ୍ ୱେରେ ଫିଙ୍ଗି ଦେଇଥିଲେ । ଗତ ଶୁକ୍ରବାର ମହିଳାଙ୍କ ମୃତଦେହ ଠାବ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here