ଦୁଇ ମହିଳା ସାମ୍ବାଦିକଙ୍କ ନାଁରେ ଏତଲା । ଥାନାରେ ଏତଲା ଦାୟର କରିଛି ବିଶ୍ବ ହିନ୍ଦୁ ପରିଷଦ । ଭିଏଚପିର ଏତଲା ପରେ ହୋଟେଲରେ ରହୁଥିବା ଦୁଇ ମହିଳା ସାମ୍ବାଦିକଙ୍କୁ ଜେରା କରିଛି ପୋଲିସ । ହୋଟେଲ ବାହାରେ 15-17 ପୋଲିସ ମୁତୟନ କରାଯାଇଛି ।

ଦୁଇ ମହିଳା ସାମ୍ବାଦିକ ସମୃଦ୍ଧି ସାକୁନିଆ ଓ ସ୍ବର୍ଣ୍ଣ ଝା କରିଥିବା ଅଭିଯୋଗ ଅନୁଯାୟୀ, ତ୍ରିପୁରା ପୋଲିସ ସକାଳେ ସେମାନେ ରହୁଥିବା ହୋଟେଲକୁ ଆସିଥିଲା ଏବଂ ସେମାନଙ୍କ ନାଁରେ ଥାନାରେ ଅଭିଯୋଗ ଥିବା କହିଥିଲା । ନିକଟରେ ତ୍ରିପୁରାରେ ଘଟିଥିବା ହିଂସାକାଣ୍ଡ ସଂପର୍କରେ ଦୁଇ ମହିଳା ସାମ୍ବାଦିକ ରିପୋର୍ଟିଂ କରିଥିଲେ ଏବଂ ରିପୋର୍ଟିଂରେ ସେମାନେ କୁଆଡେ ଦୁଇଗୋଷ୍ଠୀ ମଧ୍ୟରେ ଧର୍ମକୁ ନେଇ ସାଂପ୍ରଦାୟିକ ବିଭେଦ ସୃଷ୍ଟି କରିବା ଭଳି ଖବର ପରିବେଷଣ କରିଥିଲେ । ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ କାଞ୍ଚନ ଦାସ ସେମାନଙ୍କ ନାଁରେ ଏତଲା ରୁଜୁ କରିଥିବା ସେମାନେ କହିଛନ୍ତି ।

ଟ୍ବିଟ୍ କରି ସାକୁନିଆ କହିଛନ୍ତି, ନଭେମ୍ବର 21ରେ ସେମାନଙ୍କୁ ଥାନାରେ ହାଜର ହେବାକୁ ନୋଟିସ କରାଯାଇଛି । ମାତ୍ର ପୋଲିସକୁ ସେମାନେ ସଂପୂର୍ଣ୍ଣ ସହଯୋଗ କରିଥିଲେ ହେଁ ହୋଟେଲରୁ ବାହାରକୁ ଯିବାକୁ ଦେଇନି ପୋଲିସ ।

LEAVE A REPLY

Please enter your comment!
Please enter your name here