ଆଜି ଲୋକାର୍ପଣ ହେବ ଦୁନିଆର ସବୁଠୁ ବଡ ଶିବ ପ୍ରତିମୂର୍ତ୍ତି । ରାଜସ୍ଥାନର ରାଜସମନ୍ଦ ଜିଲ୍ଲାର ନାଥଦ୍ୱାରରେ ନିର୍ମିତ ହୋଇଛି ଶିବ ପ୍ରତିମା । ଏହି ପ୍ରତିମୂର୍ତ୍ତିର ଉଚ୍ଚତା ରହିଛି ୩୬୯ ଫୁଟ । ସବୁଠୁ ଉଚ୍ଚ ଏହି ଶିବ ପ୍ରତିମୂର୍ତ୍ତିର ନାମ ରଖାଯାଇଛି ‘ବିଶ୍ୱାସ ସ୍ୱରୁପମ’ । ଏହି ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ଲାଗିଥିଲା ୧୦ ବର୍ଷ । ୩୦୦୦ ଟନ୍ ଷ୍ଟିଲ୍‌, ଲୁହା , କଙ୍କ୍ରିଟରେ ନିର୍ମାଣ ହୋଇଛଇ ବିଶାଳକାୟ ମୂର୍ତ୍ତି । ଧ୍ୟାନ ମୁଦ୍ରାରେ ବିରାଜମାନ ଶିବଙ୍କର ଏହି ମୂର୍ତ୍ତି ୨୦ କିଲୋମିଟର ଦୂରରୁ ବି ସ୍ପଷ୍ଟ ଭାବେ ଦେଖାଯିବ । ରାତିରେ ମଧ୍ୟ ଦେଖାଯିବ ଏହି ମୂର୍ତ୍ତି । ସନ୍ଥ କୃପା ସନାତନ ସଂସ୍ଥାନ ଦ୍ୱାରା ଏହି ମୂର୍ତ୍ତି ନିର୍ମାଣ କରାଯାଇଛି ।
ତେବେ ସବୁଠାରୁ ବଡ କଥା ହେଲା ଯେ, ଶିବଙ୍କ ମୂର୍ତ୍ତିକୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ପାଇଁ ରହିଛି ଲିଫ୍ଟ ଏବଂ ସିଡିର ବ୍ୟବସ୍ଥା । ଏକାବେଳେ ୧୦ ହଜାର ଲୋକ ପ୍ରବେଶ କରିବା ପାଇଁ ରହିଛି ସୁବିଧା । ପ୍ରତିମୂର୍ତ୍ତିର ପୁରା ଉପରେ ପହଁଞ୍ଚିବାକୁ ରହିଛି ୪ଟି ଲିଫ୍ଟ ଏବଂ ୩ଟି ସିଡି ।

LEAVE A REPLY

Please enter your comment!
Please enter your name here