ନୂଆଦିଲ୍ଲୀ : ଏଲପିଜି ସିଲିଣ୍ଡର ଉପଭୋକ୍ତାଙ୍କୁ ଏକ ପ୍ରକାର ଆଶ୍ୱସ୍ତି ମିଳିଛି I ଅଣ ରିହାତି ଏଲପିଜି ସିଲିଣ୍ଡର ଦାମରେ 53ଟଙ୍କା ହ୍ରାସ ପାଇଛି Iଏହି ନୂଆ ଦର ରବିବାର ଅର୍ଥାତ ମାର୍ଚ୍ଚ 1ଠାରୁ ଲାଗୁ ହୋଇଛି I ଫଳରେ 14.2 କେଜି ବିଶିଷ୍ଠ ସିଲିଣ୍ଡର ଦାମର 805ଟଙ୍କା 50ପଇସାକୁ ହ୍ରାସ ପାଇଛି I ଗତମାସରେ ଅଣ ସବସିଡି ଏଲପିଜି ଦର ବୃଦ୍ଧି ହୋଇଥିଲା I ଯାହାକୁ ନେଇ ଜନ ସାଧାରଣ ଅସନ୍ତୋଷ ପ୍ରକାଶ କରିଥିଲେ I ଏହାର ମୁକାବିଲା କରିବାକୁ ଯାଇ ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମାର୍ଚ୍ଚ ମାସରେ ଦର ହ୍ରାସ ପାଇଁ କହିଥିଲେ I ଯାହା ଏବେ ହୋଇଛି I ତୈଳ କଂପାନୀ ଗୁଡିକ ପ୍ରତି ମାସରେ ସିଲିଣ୍ଡର ଦାମରେ ସଂଶୋଧନ କରୁଛନ୍ତି I 14.2 କେଜିଆ ସିଲିଣ୍ଡର ଦାମ 53ଟଙ୍କା କମିଥିବାବେଳେ ବାଣିଜ୍ୟକ ବ୍ୟବହାର ଲାଗି ଉପଲବ୍ଧ ହେଉଥିବା 19 କେଜିଆ ସିଲିଣ୍ଡର ଦାମରେ 84ଟଙ୍କା 50 ପଇସାର ହ୍ରାସ ଘଟି 1381ଟଙ୍କା ହୋଇଯାଇଛି I

ଭୁବନେଶ୍ୱରରେ 14.2 କେଜି ବିଶିଷ୍ଠ ଅଣ ରିହାତି ଏଲପିଜି ସିଲିଣ୍ଡର ଦାମ 839ଟଙ୍କା, ସମ୍ବଲପୁରରେ 872.50 ଟଙ୍କା, କଟକରେ 839.50 ଟଙ୍କା, ବ୍ରହ୍ମପୁରରେ 860 ଟଙ୍କା ଏବଂ ବାଲେଶ୍ୱରରେ 854 ଟଙ୍କା ରହିଛି I

ସେହିପରି ଦିଲ୍ଲୀ, ମୁମ୍ବାଇ, କୋଲକତା ଏବଂ ଚେନ୍ନାଇରେ ଯଥାକ୍ରମେ ଅଣ ରିହାତି ଏଲପିଜି ସିଲିଣ୍ଡର ଦାମ 805.50ଟଙ୍କା,776.50ଟଙ୍କା, 840.50ଟଙ୍କା ଏବଂ 826ଟଙ୍କା ରହିଛି I

LEAVE A REPLY

Please enter your comment!
Please enter your name here