ଧୀରେ ଧୀରେ ଜମ୍ମୁ ଓ କାଶ୍ମୀରର ସ୍ଥିତି ନିୟନ୍ତ୍ରଣକୁ ଆସିବାକୁ ଲାଗୁଛି | ଗତ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପର ଠାରୁ ଅଶାନ୍ତ ହୋଇପଡ଼ିଥିଲା ସ୍ଥିତି | ଘାଟିରେ ହିଂସାକାଣ୍ଡକୁ ରୋକିବାକୁ ମୋବାଇଲ ସେବା ଓ ଇଣ୍ଟରନେଟ ସେବାକୁ ଅଚଳ କରିଦିଆଯାଇଥିଲା | ସେପଟେ ସ୍ଥିତିକୁ ନିୟନ୍ତ୍ରଣାଧୀନ ଆଣିବା ନେଇ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିବା ବେଳେ, ଆସନ୍ତା ୨୭ ତାରିଖରୁ କଶ୍ମୀରରେ ମୋବାଇଲ ସେବା କାମ କରିବା ଆରମ୍ଭ ହେବାକୁ ଯାଉଛି । ପୂର୍ବରୁ ଲାଣ୍ଡଲାଇନ ସେବା ଚାଲିଥିବା ବେଳେ, ମୋବାଇଲ ସେବା ବନ୍ଦ ଥିଲା | ତେବେ ଇଣ୍ଟରନେଟ ସେବା ଚାଲୁ ହେବାକୁ ଆଉ କିଛିଦିନ ସମୟ ଲାଗିବ ବୋଲି ଜଣାଯାଇଛି । ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କଠାରେ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସେହିଦିନ ମଧ୍ୟ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି ମୋବାଇଲ ସେବା ଚାଲୁକରିବାକୁ ସରକାର ୨୭ ତାରିଖକୁ ହିଁ ବାଛିଛନ୍ତି ।

LEAVE A REPLY

Please enter your comment!
Please enter your name here