ଦେଶର ବିଭିନ୍ନ ଜାଗାରେ ପ୍ରାୟ 65 ହଜାର ନୂଆ ପେଟ୍ରୋଲ ପମ୍ପ ଖୋଲିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର. ଏ ନେଇ ଡିଲରସିପ୍ ଆବେଦନ କରିବାକୁ ତୈଳ ବିତରଣ କମ୍ପାନୀ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି. ଯାହାଫଳରେ ପାଖାପାଖି 10 ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ଆଶା କରାଯାଉଛି. ରିପୋର୍ଟ ଅନୁସାରେ, 65 ହଜାର ଆବେଦନକାରୀଙ୍କ ମଧ୍ୟରୁ ମାତ୍ର 15ରୁ 20 ହଜାର ଡିଲରସିପ୍ ମିଳିପାରିବ. ସରକାରୀ ରିପୋର୍ଟ ଅନୁସାରେ, ବର୍ତ୍ତମାନ ଦେଶରେ 62,585ଟି ପେଟ୍ରୋଲ ପମ୍ପ୍ ରହିଛି. ତନ୍ମଧ୍ୟରୁ 6 ହଜାର ପେଟ୍ରୋଲ ପମ୍ପ୍ ଘରୋଇ ସଂସ୍ଥାଙ୍କ ଦ୍ୱାରା ପରିଚାଳିତ ହେଉଥିବା ବେଳେ ଏହା ମଧ୍ୟରେ ଦେଶରେ ତୈଳ ଚାହିଦା 5% କୁ ବୃଦ୍ଧି ପାଇଛି. ଯେଉଁଥିପାଇଁ ଏବେ ନୂଆ ପେଟ୍ରୋଲ ପମ୍ପ୍ ଖୋଲିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ର ସରକାର.

LEAVE A REPLY

Please enter your comment!
Please enter your name here