ହକି ବିଶ୍ୱ କପ୍ ପାଇଁ ଚାରିଆଡେ ଏବେ ହକି ଫିଭର ଦେଖୁବାକୁ ମିଳୁଥିବା ବେଳେ ଏହାର ଉଦଘାଟନୀ ଉତ୍ସବ ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି. ଏହି ଉତ୍ସବରେ ବଲିଉଡ ବାଦଶାହା ଶାହାରୁଖ୍, ମାଧୁରୀ ଦୀକ୍ଷିତ ଓ ଏଆର୍ ରହମାନଙ୍କ ସମେତ ଆଉ ଜଣେ ସୁପରଷ୍ଟାର ଯୋଗ ଦେବେ ବୋଲି ସୂଚନା ମିଳିଛି. ତେବେ ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଦବଙ୍ଗ ଖାନ୍ ସଲମାନ୍ ଖାନ୍. ତେବେ ସଲମାନ୍ ଅତିଥି ଭାବେ ଆସିବେ କି କାର୍ଯ୍ୟକ୍ରମ ପରିବେଷଣ କରିବେ ଯଦିଓ ତାହା ସ୍ପଷ୍ଟ ହୋଇନି ହେଲେ ସେ କଟକ ଆସିବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି. ଏହାଛଡା ତେଲୁଗୁ ସୁପରଷ୍ଟାର ପ୍ରଭାସ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି.

LEAVE A REPLY

Please enter your comment!
Please enter your name here