ପ୍ରକାଶ ପାଇଛି ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟର ପରୀକ୍ଷା ଫଳ । ଏହି ସର୍ବଭାରତୀୟ ପ୍ରି-ମେଡିକାଲ ଟେଷ୍ଟ ପରୀକ୍ଷାରେ ଚଳିତ ବର୍ଷ ମୋଟ ୧୫,୧୯,୩୭୫ ଜଣ ଛାତ୍ରଛାତ୍ରୀ ନାଁ ପଜିଂକରଣ କରିଥିବା ବେଳେ ୧୪,୧୦,୭୫୫ ଜଣ ପରିକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଏହି ସର୍ବଭାରତୀୟ ପ୍ରି-ମେଡିକାଲ ଟେଷ୍ଟରେ ରାଜସ୍ଥାନର ନଳୀନ ଖଣ୍ଡେଲୱାଲ ମୋଟ ୭୨୦ ମାର୍କରୁ ୭୦୧ ମାର୍କ ରଖି ଟପ୍ପର ହୋଇଛନ୍ତି । ଦିଲ୍ଲୀର ଭୈବିକ ବଂଶଲ ୭୦୦ ମାର୍କ ରଖି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହି ସର୍ବଭାରତୀୟ ପ୍ରି-ମେଡିକାଲ ଟେଷ୍ଟରେ ଓଡିଶାର ଆଶୁତୋଷ ପଣ୍ଡା ୭୨୦ ରୁ ୬୮୨ ମାର୍କ ରଖି ସର୍ବଭାରତୀୟ ସ୍ତରରେ ୭୩ ତମ ସ୍ଥାନରେ ରହିବା ସହ ଓଡିଶାର ଟପ୍ପର ହୋଇଛନ୍ତି । ଝିଅ ମାନଙ୍କ ମଧ୍ୟରେ ତେଲେଙ୍ଗାନାର ମାଧୁରୀ ରେଡ୍ଡୀ ଟପ୍ପର ହୋଇଛନ୍ତି । ଏହି ପରୀକ୍ଷାରେ ଶ୍ରେଷ୍ଠ ୧୦୦ ଜଣଙ୍କ ମଧ୍ୟରେ ୨୦ ଜଣ ଝିଅ ଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here