ଖାଦ୍ୟର ହୋମ ଡେଲିଭରି କରୁଥିବା କମ୍ପାନୀ ଜମାଟୋ ତାର କର୍ମଚାରୀ ମାନଙ୍କ ପାଇଁ ଆଣିଛି ଏକ ଖୁସି ଖବର । ଏଣିକି କେବଳ ସନ୍ତାନ ଜନ୍ମ ପରେ ମହିଳାଙ୍କୁ ନୁହେଁ ବାପା ହେବା ପରେ ପୁରୁଷଙ୍କୁ ମଧ୍ୟ ମିଳିବ ଛୁଟି । ପୁଣି ଏହା ସପ୍ତାହ କି ଦୁଇ ସପ୍ତାହ ନୁହଁ ପୁରା୨୬ ସପ୍ତାହର ଛୁଟି ଏବଂ ତା ସହିତ ୭୦ ହଜାର ଟଙ୍କାର ସହାୟତା ବି ଦେବ ଜମାଟୋ । ସାଧାରଣତ ମହିଳାମାନଙ୍କ କ୍ଷେତ୍ରରେ ମାତୃତ୍ୱ ଲାଭ ପରେ କମ୍ପାନୀ ମାନେ ମ୍ୟାର୍ଟନିଟି ଲିଭ୍ ଦିଅନ୍ତି । କିନ୍ତୁ ଜମାଟୋ ପ୍ୟାର୍ଟନିଟି ଲିଭ୍ ବ୍ୟବସ୍ଥା ଆରମ୍ଭ କରି ପ୍ରଶଂସାର ପାତ୍ର ହୋଇଛି । କମ୍ପାନୀର ଏହି ନିୟମ ପୋଷ୍ୟ ସନ୍ତାନ ଗ୍ରହଣ କ୍ଷେତ୍ରରେ ବି ଲାଗୁ କରାଯିବ । ସେହିପରି ସମଲିଙ୍ଗୀ ପାର୍ଟନରଙ୍କୁ ମଧ୍ୟ କମ୍ପାନୀ ପ୍ୟାର୍ଟନିଟି ଲିଭ୍ ଦେବ । ଏହି ନିୟମ ଗତ ୬ ମାସରେ ବାପା ହୋଇଥିବା କମ୍ପାନୀର ବ୍ୟକ୍ତି ମାନଙ୍କ କ୍ଷେତ୍ରରେ ଲାଗୁ କରାଯିବ ବୋଲି କମ୍ପାନୀ ସୂଚନା ଦେଇଛି ।
ଜୋମାଟୋର ପ୍ରତିଷ୍ଠାତା ଦୀପିନ୍ଦର ଗୋଏଲ ସୋମବାର ତାଙ୍କର ଏକ ବ୍ଲଗରେ କହିଛନ୍ତି । ଜନ୍ମ ନେଉଥିବା ନୂତନ ସନ୍ତାନକୁ ଏହି ଦୁନିଆକୁ ସ୍ୱାଗତ କରିବାକୁ ମହିଳା ଓ ପୁରୁଷ ଛୁଟିକୁ ନେଇ ଥିବା ଅଲଗା ଅଲଗା ବ୍ୟବସ୍ତା ବହୁତ ଅସନ୍ତୁଳିତ । ମତେ ଲାଗୁଛି ଆଗାମୀ ଦିନରେ ପ୍ୟାରେଣ୍ଟାଲ ଲିଭରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ କିଛି ପାର୍ଥକ୍ୟ ରହିବ ନାହିଁ ।

LEAVE A REPLY

Please enter your comment!
Please enter your name here