ଉତ୍ତରପ୍ରଦେଶ ରାୟବରେଲୀର ହରଚନ୍ଦ୍ରପୁର ନିକଟରେ ବୁଧବାର ଭୋର ସମୟରେ ନ୍ୟୁ ଫରକ୍କା ଏକ୍ସପ୍ରେସ ଦୂର୍ଘଟଣା ଗ୍ରସ୍ତ ହୋଇଛି । ଏହାର ୯ଟି ବଗି ଲାଇନଚ୍ୟୁତ ହୋଇଛି । ଏହି ଘଟଣାରେ ୭ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବରପାଇ ଘଟଣାସ୍ଥଳରେ ରେଳ ବିଭାଗର ଉଚ୍ଚ ଅଧିକାରୀ ପହଁଞ୍ଚିଛନ୍ତି । ଏହାସହିତ ଆଣ୍ଟି ଟେରରିଜିମ ସ୍କ୍ୱାର୍ଡ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଟ୍ରେନଟି ମାଲଦାରୁ ଦିଲ୍ଲୀ ଯାଉଥିଲା । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ଲାଗି ୫୦ ହଜାର ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here