ତିନୋଟି ରାଜ୍ୟରେ ପରାଜୟ ପରେ ଆଗକୁ ଥିବା ଲୋକସଭା ନିର୍ବାଚନକୁ 2014 ବର୍ଷ ଭଳି ଦୋହରାଇବାକୁ ‘ନେଶନ ବେଦ ନମୋଃ’ ଓ ‘ପ୍ରଥମ ଭୋଟ ମୋଦିଙ୍କ ନାମ’ ମାଧ୍ୟମରେ ବିଜେପି ଯୁବଗୋଷ୍ଠୀ ଓ ପ୍ରଥମଥର ପାଇଁ ଭୋଟ ଦେଉଥିବା ନାଗରିକଙ୍କୁ ଟାର୍ଗେଟ କରିବ. ବିଜେପିର ମନ୍ତ୍ର ସମସ୍ତଙ୍କ ସହ ଅଛି ଏବଂ ଆଗାମୀ ଦିନରେ ସମସ୍ତଙ୍କ ବିକାଶ ହେବ ବୋଲି କହିଛନ୍ତି ବିଜେପିର ଜଣେ ବରିଷ୍ଠ ପଦାଧିକାରୀ. ତେବେ ଆଗାମୀ ଲୋକସଭା ନିର୍ବାଚନରେ ଯୁବଗୋଷ୍ଠୀ, ମହିଳା, କୃଷକ, ଦଳିତ ଓ ଯବାନ ମାନଙ୍କ ଉପରେ ବିଜେପିର ଲକ୍ଷ୍ୟ ରହିବ ବୋଲି  ସୂଚନା ମିଳିଛି. ନିର୍ବାଚନ ରଣନୀତି ପାଇଁ ବିଜେପି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମଧ୍ୟ କରିବ ଯାହା ମଧ୍ୟରେ ବିଭିନ୍ନ ସଂପ୍ରଦାୟର ଲୋକ ଅନ୍ତର୍ଭୁକ୍ତ ରହିବେ. ଏହାଛଡା କୃଷକମାନଙ୍କ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମଧ୍ୟ କରାଯିବ. 12 ଜାନୁୟାରୀରେ ଦଳ ‘ନେଶନ ବେଦ ନମୋଃ’ ଅଭିଯାନକୁ ଆଗକୁ ବଢାଇବ. ଏହାସହ ଆଗାମୀ ଦିନରେ ‘ନେଶନ ବେଦ ନମୋଃ ଭଲେଣ୍ଟିଅର’ ଜରିଆରେ 50ଲକ୍ଷ ଯୁବକଙ୍କୁ ସଙ୍କଳ୍ପବଦ୍ଧ ମଧ୍ୟ କରାଯିବ. ଅନ୍ୟପଟେ 15 ଜାନୁୟାରୀରୁ 10 ଫେବୃୟାରୀ ପର୍ଯ୍ୟନ୍ତ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଯୁବ ସଂସଦ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି.

 

LEAVE A REPLY

Please enter your comment!
Please enter your name here