ପତଞ୍ଜଳି ଗ୍ରୁପର ଏକ ଉତ୍ପାଦର ବିଜ୍ଞାପନ ଉପରେ ରୋକ୍ ଲଗାଇଛନ୍ତି କୋର୍ଟ. ହିନ୍ଦୁସ୍ଥାନ ୟୁନିଲିବର ପତଞ୍ଜଳିର ଏକ ଉତ୍ପାଦ ଉପରେ ରୋକ୍ ଲଗାଇବା ପାଇଁ କହିଥିବା ସୂଚନା ମିଳିଛି. ଫଳରେ ସେହି ଉତ୍ପାଦ ଉପରେ ବିଜ୍ଞାପନ ନ କରିବା ପାଇଁ କୋର୍ଟ ପତଞ୍ଜଳୀ ଗ୍ରୁପକୁ ନିର୍ଦ୍ଦେଶ ଦେଇଛନ୍ତି. ବିଜ୍ଞାପନ କରାଯାଉଥିବା ପତଞ୍ଜଳିର ଏକ ସାବୁନ ବ୍ରାଣ୍ଡକୁ ଟାର୍ଗେଟ କରୁଛି. ଯାହା ବ୍ୟବସାୟ ପାଇଁ ଠିକ୍ ନୁହେଁ ବୋଲି କହିଛି ହିନ୍ଦୁସ୍ଥାନ ୟୁନିଲିବର. ପତଞ୍ଜଳି, କେମିକାଲ ବେସ୍ ସୋପ୍ ଉପରେ ବମ୍ବେ ହାଇକୋର୍ଟ ପ୍ରତିବନ୍ଧକ ଲଗାଇଛନ୍ତି ବୋଲି କହିଛନ୍ତି ହିନ୍ଦୁସ୍ଥାନ ୟୁନିଲିବର ପ୍ରବକ୍ତା. ଲୋକପ୍ରିୟ ସାବୁନ ବ୍ରାଣ୍ଡ ଲକ୍ସ, ପିଅର୍ସ ଓ ଡୋଭ ଭଳି କେମିକାଲଯୁକ୍ତ ସାବୁନ କେବେ ବି ବ୍ୟବହାର ନ କରି ପ୍ରାକୃତିକ ସାବୁନ ଆପଣାନ୍ତୁ ବୋଲି ଉପଭୋକ୍ତାଙ୍କୁ ପତଞ୍ଜଳିର ସେହି ବିଜ୍ଞାପନରେ କୁହାଯାଇଥିବା ଅଭିଯୋଗ ହୋଇଛି.

LEAVE A REPLY

Please enter your comment!
Please enter your name here