ପୁଣି ଆରମ୍ଭ ହୋଇଯାଇଛି ଅଜଣା ଜନ୍ତୁ ତାଣ୍ଡବ. କିଛିମାସ ପୂର୍ବେ ଏହି ଜନ୍ତୁ ଆତଙ୍କ ନିଆଳିରେ ଦେଖିବାକୁ ମିଳିଥିଲା ଏବଂ ଏହି ଜନ୍ତୁ ଆତଙ୍କରେ ବାରମ୍ବାର ମେଣ୍ଢାମଡକ ସାମ୍ନାକୁ ଆସିଥିଲା. ପରବର୍ତ୍ତୀ ସମୟରେ ଏହା କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା. ମାତ୍ର ଏବେ ନିଆଳି ପରେ ପୁଣି କଟକରେ ଏହି ଜନ୍ତୁ ଆତଙ୍କ ଦେଖିବାକୁ ମିଳିଛି. ସୂଚନା ଅନୁସାରେ, ଶନିବାର ରାତିରେ ନରାଜସ୍ଥିତ ଗୋପାଳସାହିର ବୈରାଗୀ ଦାସ ନାମକ ଜଣେ ଲୋକର ଗୁହାଳରେ 15ଟି ମେଣ୍ଢା ମରିପଡିଥିବା ସୂଚନା ମିଳିଛି. ତାଙ୍କର ସମୁଦାୟ 17 ଟି ମେଣ୍ଢା ଥିଲା. 17ଟି ମଧ୍ୟରୁ 15ଟି ମରିଯାଇଥିବା ବେଳେ ଅନ୍ୟ 2ଟି ମେଣ୍ଢା ନଥିବା ପରିବାର କହିଛି. ତେବେ ଏପରି ମେଣ୍ଢା ମୃତ୍ୟୁ ପଛରେ କୌଣସି ଅଜଣା ଜନ୍ତୁ ଅଛି ବୋଲି ସେମାନେ ସନ୍ଦେହ କରୁଛନ୍ତି. ଅନ୍ୟପଟେ ଏହି ଖବର ପାଇବା ପରେ ପ୍ରାଣୀ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି.

 

 

 

 

 

 

LEAVE A REPLY

Please enter your comment!
Please enter your name here