ଟ୍ରେନ ଶୌଚାଳୟରେ ନବଜାତ ଶିଶୁ. ମା’ ପିଲାଟିକୁ ଜନ୍ମ ଦେଇ ସାରିବା ପରେ ଅନାଥ ଭଳି ଛାଡି ଦେଇ ଚାଲିଗଲା. ଆଉ ଏକା କରିଦେଲା ସେହି ଶିଶୁଟିକୁ. ତେବେ ଏହି ଘଟଣା ହେଉଛି, ଅମୃତସର ହାୱଡା ମେଲର ଶୌଚାଳୟର. ମିଳିଥିବା ସୂଚନା ଅନୁସାରେ, ଓଢଣୀ ବନ୍ଧା ଏକ ଶିଶୁକୁ ଟ୍ରେନ ଶୌଚାଳୟ ଭିତରୁ ଉଦ୍ଧାର କରାଯାଇଛି. ଏସି କମ୍ପାର୍ଟମେଣ୍ଟ ଡି ଶୌଚାଳୟର ଫ୍ଲସରୁ ଏହି ନବଜାତ ଶିଶୁ ମିଳିଥିବା ସୂଚନା ଦେଇଛନ୍ତି କର୍ମଚାରୀ. ତେବେ ଶୌଚାଳୟ ସଫା କରିବା ସମୟରେ ଶୌଚାଳୟରେ ଗୋଟିଏ ପଟୁ ଓଢଣୀର କିଛି ଅଂଶ ତଳେ ପଡିଥିବା ଦେଖିବାକୁ ମିଳିଥିଲା. ପରେ ଓଢଣୀକୁ ବାହାରକୁ ଟାଣିବା ସମୟରେ ନବଜାତ ଶିଶୁଟି ଓଢଣୀ ସହ ବାହାରକୁ ଆସିଥିଲା. ଯାହାକୁ ଦେଖି କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ. ପରବର୍ତ୍ତୀ ସମୟରେ  ସେମାନେ ଶିଶୁଟିକୁ ଉଦ୍ଧାର କରି ଅମୃତସର ସିଭିଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଏବଂ ପରେ ପୋଲିସକୁ ଏହି ଘଟଣା ସଂପର୍କରେ ଅବଗତ କରାଇଥିଲେ. ଉଦ୍ଧାର ଶିଶୁଟି ସୁସ୍ଥ ଶରୀରର ହୋଇଥିବାରୁ ପାଇପ ବାଟେ ବାହାରକୁ ନ ପଡି ସେହି ପାଇପ ମଧ୍ୟରେ ଅଟକି ରହିଥିଲା ଏବଂ ପାଖାପାଖି 4 ଘଣ୍ଟା ଏହିଭଳି ଶିଶୁଟି ରହିଥିବା କର୍ମଚାରୀମାନେ କହିଛନ୍ତି

LEAVE A REPLY

Please enter your comment!
Please enter your name here