ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନର କ୍ୟୁରେଟିଭ ପିଟିସନ ଖାରଜ କରିଛି ସୁପ୍ରିମକୋର୍ଟ I ପବନ ଗୁପ୍ତା ଶୁକ୍ରବାର ସନ୍ଧ୍ୟାରେ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଆବେଦନ କରିଥିଲେ I ସୋମବାର ପୂର୍ବାହ୍ନରେ ରୁଦ୍ଧ ପ୍ରକୋଷ୍ଠ ମଧ୍ୟରେ ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ପବନ କୁମାର ଗୁପ୍ତାର କ୍ୟୁରେଟିଭ ପିଟିସନ ଖାରଜ କରିଦେଇଛନ୍ତି I କ୍ୟୁରେଟିଭ ପିଟିସନରେ ପବନ ସୁପ୍ରିମକୋର୍ଟକୁ ଜଣାଇଥିଲେ ଯ଼େ ଅପରାଧ ଘଟିବା ସମୟରେ ତାଙ୍କୁ 16 ବର୍ଷ 2 ମାସ ହୋଇଥିଲା I ଏହା ତାଙ୍କ ସ୍କୁଲ ରେକର୍ଡରୁ ସଂଗ୍ରହ କରାଯ଼ାଇଛି I ତେଣୁ ଫାଶୀ ପରିବର୍ତ୍ତେ ଆଜୀବନ କାରାଦଣ୍ଡ ଦିଆଯ଼ାଉ ବୋଲି ନିବେଦନ କରିଥିଲେ I ତେବେ ଦୋଷୀ ପବନ ଗୁପ୍ତା କ୍ୟୁରେଟିଭ ପିଟିସନ ଖାରଜ ପରେ ରାଜକ୍ଷମା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଥିଲେ ତାହାକୁ ଖାରଜ କରିଦିଆଯାଇଛି I ରାଜକ୍ଷମା ଆବେଦନ ଖାରଜ ପରେ ଆସନ୍ତାକାଲି ସକାଳେ ଚାରି ଦୋଷୀ ଫାଶି ପାଇବା ନିଶ୍ଚିତ ହୋଇଯାଇଛି I I

LEAVE A REPLY

Please enter your comment!
Please enter your name here