ଭୁବନେଶ୍ୱରରେ ଯୁବ କଂଗ୍ରେସର ଆକ୍ରୋଶ ସମାବେଶ । ନିଯୁକ୍ତି ଦାବି, ତୈଳ ଦର ବୃଦ୍ଧି ପ୍ରତିବାଦର ଏହି ସମାବେଶ କରାଯାଇଛି । ବିଧାନସଭା ଘେରାଉ ଉଦ୍ୟମ ବେଳେ କଂଗ୍ରେସ କର୍ମୀ ଓ ପୋଲିସ ଧସ୍ତାଧସ୍ତି ହୋଇଛନ୍ତି । ଆଜି ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଆଜି କଂଗ୍ରେସର ଜନ ଆକ୍ରୋଶ ସମାବେଶ ପରେ ବିଧାନସଭା ଘେରାଉ ପାଇଁ ବାହାରିଥିଲେ ଶତାଧିକ ଯୁବ କଂଗ୍ରେସ ସଦସ୍ୟ । ଏହି ସମୟରେ କଂଗ୍ରେସ କର୍ମୀ ପୋଲିସ ବ୍ୟାରିକେଡ୍ ଭାଙ୍ଗି ଧସେଇ ଆଗେଇ ଯିବାକୁ ଉଦ୍ୟମ କରୁଥିବା ସମୟରେ , ଯୁବ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ , ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ସମେତ ବହୁ କର୍ମୀ ଏବଂ ନେତା ସାମିଲ ହୋଇଛନ୍ତି । ଯୁବ କଂଗ୍ରେସର ସର୍ବଭାରତୀୟ ସଭାପତିି ଶ୍ରୀନିବାସ ବି.ଭି ମଧ୍ୟ ସମାବେଶରେ ଯୋଗ ଦେଇଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଁଞ୍ଚିବା ପରେ ତାଙ୍କୁ ଏକ ମୋଟର ସାଇକେଲ ରାଲିରେ କଂଗ୍ରେସ ଭବନ ପର୍ଯ୍ୟନ୍ତ ନେଇଥିଲେ ଦଳର କର୍ମୀମାନେ ।

LEAVE A REPLY

Please enter your comment!
Please enter your name here