ମହାରାଷ୍ଟ୍ର ସୋଲାପୁରର ଏହି ସୁନ୍ଦର ପରିବାରକୁ ନେଇ ଏବେ ଚର୍ଚ୍ଚା । ଯେଉଁ ପରିବାରର ସଦସ୍ୟଙ୍କ ସଂଖ୍ୟା ହେଉଛି ୭୨ । ପରିବାରର ୪ ପିଢି ଏକା ସାଙ୍ଗରେ ଗୋଟିଏ ଛାତ ତଳେ ରହୁଛନ୍ତି । ପ୍ରତିଦିନ ୧୦ରୁ ଅଧିକ ଲିଟର କ୍ଷୀର ସାଙ୍ଗକୁ ୧୨୦୦ ଟଙ୍କାର ପରିବାର ଘରକୁ ଅଣାଯାଏ । ଏହି ପରିବାରରେ ପୁରା ବର୍ଷକ ପାଇଁ ପାଖାପାଖି ୪୦ରୁ ୫୦ କ୍ୱିଣ୍ଟାଲ ଚାଉଳ, ଗହମ କିଣାହୋଇ ମହଜୁଦ ରଖାଯାଏ । ପରିବାରରେ ଶିଶୁ ଜନ୍ମନେଲେ ସେମାନଙ୍କ ଲାଳନପାଳନ ପାଇଁ ମା’କୁ କଷ୍ଟ କରିବାକୁ ପଡେନାହିଁ । ସମସ୍ତେ ମିଳିମିଶି ତା’ର ଯତ୍ନ ନିଅନ୍ତି । ସବୁଠାରୁ ମଜା କଥା ହେଲା ଏହି ପରିବାରର ପିଲାମାନଙ୍କୁ ବାହାରକୁ ଖେଳିବାକୁ ଯିବାକୁ ପଡେନାହିଁ । ନିଜ ନିଜ ଭିତରେ ହିଁ ଏମାନେ ବେଶ୍ ମଜା କରନ୍ତି । ୧୦୦ ବର୍ଷ ପୂର୍ବରୁ ଏହି ପରିବାରର ମୁଖିଆ କର୍ଣ୍ଣାଟକରୁ ସୋଲାପୁର ଆସିଥିଲେ । ଏହିଠାରେ ବ୍ୟବସାୟ ଆରମ୍ଭ କଲେ । ଏବେ ତାଙ୍କ ବେପାର ବଢିବା ସାଙ୍ଗକୁ ପରିବାର ବି ବଢିଛି ।

LEAVE A REPLY

Please enter your comment!
Please enter your name here