‘ପିଓକେ’ରେ ବସବାସ କରୁଥିବା ଲୋକଙ୍କ ସ୍ଥିତି ଏବେ ଶୋଚନୀୟ | ବହୁ ଦୁଃଖ ଦୁର୍ଦଶା ମଧ୍ୟରେ ଗତି କରୁଛନ୍ତି ଏଠାରେ ବସବାସ କରୁଥିବା ଅଞ୍ଚଳବାସୀ | ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ‘ପିଓକେ’ ବାସୀଙ୍କୁ ନେଇ ଦେଇଛନ୍ତି ଏହି ବୟାନ | ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଜନଜୀବନ ପୁଣି ଥରେ ସ୍ୱାଭାବିକ ହେଉଥିବା ବେଳେ ‘ପିଓକେ’ରେ ସ୍ଥିତି ଖରାପ ଅଛି | ଏଥିସହ ସତ୍ୟପାଳ ମଲିକ ଜମ୍ମୁ କଶ୍ମୀରର ବିକାଶମୂଳକ କାମଗୁଡ଼ିକ ସଂପର୍କରେ ବି କହିଛନ୍ତି । ସେ କହିଛନ୍ତି ଯେ, କଶ୍ମୀରର ବିକାଶ ଜରୁରୀ । ପ୍ରଧାନମନ୍ତ୍ରୀ କଶ୍ମୀରର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ସହ ଉଦ୍ୟମ ଆରମ୍ଭ କରିଦେଇଛନ୍ତି | ସତ୍ୟପାଳ ମଲିକ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ସେ ରାଜ୍ୟର ଦାୟିତ୍ୱ ନେଇଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, କଶ୍ମୀରକୁ ଏମିତି ଗଢ଼ାଯାଉ, ଯେମିତି ପାକିସ୍ତାନ ଅଧିକୃତ କଶ୍ମୀରରେ ବସବାସ କରୁଥିବା ଲୋକ ଏଠାକୁ ଆସିବାକୁ ଚାହିଁବେ ।

LEAVE A REPLY

Please enter your comment!
Please enter your name here