ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଡିଜଙ୍କ ଉପରେ ଇଡିର କାର୍ଯ୍ୟାନୁଷ୍ଠାନ । ଜ୍ୟାକ୍‌ଲିନଙ୍କ ୭.୧୨ କୋଟିର ସଂପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ସମ୍ପତ୍ତି ମଧ୍ୟରେ ଜ୍ୟାକଲିନ୍‌ଙ୍କ ୭.୧୨ କୋଟି ଟଙ୍କାର ଫିକ୍ସଡ୍‌ ଡିପୋଜିଟ୍‌ ମଧ୍ୟ ରହିଛି। ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଜୋରଜବରଦସ୍ତ କରି ଆଦାୟ କରିଥିବା ଟଙ୍କାରେ ଜ୍ୟାକଲିନ୍‌ଙ୍କୁ ୫.୭୧ କୋଟି ଟଙ୍କାର ଗିଫ୍ଟ ଦେଇଥିଲେ। ଜ୍ୟାକଲିନ୍‌ଙ୍କ ପରିବାର ଲୋକଙ୍କୁ ମଧ୍ୟ ସୁକେଶ ଟଙ୍କା ପଠାଇଥିଲେ।
୨୦୦ କୋଟି ମନି ଲଣ୍ଡ୍ରିଂ(Money Laundering) ମାମଲାରେ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ପଚରାଉଚରା ବେଳେ ଅଭିନେତ୍ରୀ ଜ୍ୟାକଲିନ୍‌ଙ୍କ ନାଁ ସାମ୍ନାକୁ ଆସିଥିଲା। ଏହାପରେ ସୁକେଶଙ୍କ ସହ ଜ୍ୟାକଲିନ୍‌ଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏପରିକି ସୁକେଶ, ଜ୍ୟାକଲିନ୍‌ଙ୍କୁ ଦେଇଥିବା ଅନେକ ମହଙ୍ଗା ଗିଫ୍ଟକୁ ମଧ୍ୟ ତଦନ୍ତ ଏଜେନ୍ସି ଜବତ କରିଛି।

LEAVE A REPLY

Please enter your comment!
Please enter your name here