ଆଫଗାନୀସ୍ତାନ ତାଲିବାନିର ନିୟନ୍ତ୍ରଣକୁ ଆସିବାପରେ ଏବେ ନୂଆ ନୂଆ ଦୃଶ୍ୟ ସାମ୍ନାକୁ ଆସୁଛି । ୧୯୯୬ରୁ ୨୦୦୧ ତାଲିବାନ ଶାସନ ସମୟରେ ଝିଅମାନଙ୍କୁ ସ୍କୁଲ , କଲେଜ ଯିବାକୁ ଅନୁମତି ଦିଆଯାଉନଥିଲା । ମାତ୍ର ଏଥରକ ଝିଅମାନଙ୍କ ଶିକ୍ଷା ଅଧିକାର ପ୍ରତି ତାଲିବାନି ସରକାର କୋହଳ ମନୋଭାବ ପୋଷଣ କରିଛନ୍ତି । ଉଚ୍ଚଶିକ୍ଷା ପାଇଁ ପୁଅମାନଙ୍କ ସହ ଝିଅମାନଙ୍କୁ ମଧ୍ୟ ଅନୁମତି ଦିଆଯାଇଛି କିନ୍ତୁ ଶ୍ରେଣୀ ଗୃହରେ ପୁଅ ଝିଅ ମାନେ ଅଲଗା ବସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି ପୁଅ ଓ ଝିଅଙ୍କ ପାଇଁ ପୃଥକ କ୍ଲାସ ରୁମର ବ୍ୟବସ୍ଥା ନଥିବ ତେବେ ମଝିରେ ପରଦା ଟାଣିବାକୁ କୁହାଯାଇଛି । ଏହି ନିର୍ଦ୍ଦେଶ ଆସିବା ପରେ ଆଫଗାନୀସ୍ତାନର ଏକ କଲେଜର ଦୃଶ୍ୟ ସାମ୍ନାକୁ ଆସୁଛି । ସେହପରି ଅଧିକ ମହିଳା ଶିକ୍ଷକ ନିଯୁକ୍ତି ଉପରେ ତାଲିବାନ ସରକାର ଗୁରୁତ୍ୱ ଦେଇଛି । ଏକଥା ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ, ସ୍କୁଲ ଏବଂ କଲେଜରେ ପୁଅ ଏବଂ ଝିଅଙ୍କ ପାଇଁ ଅଲଗା ଅଲଗା ପ୍ରବେଶ ଏବଂ ନଷେଧ ପାଇଁ ବ୍ୟବସ୍ଥା ମଧ୍ୟ କରାଯାଉଛି ।

LEAVE A REPLY

Please enter your comment!
Please enter your name here