୧୪ ଫ୍ରେବୃଆରୀରେ ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା ପୁଲୱାମା ଆତଙ୍କୀ ହମଲା । ଅତଙ୍କୀ ହମଲାରେ ୪୦ ବୀର ଯବାନ ପ୍ରାଶ ହରାଇଥିଲେ । ଏଥିରେ ଥିଲେ ଦୁଇଜଣ ବୀର ଓଡିଆ । ସେ ଘଟଣା ମନରୁ ନ ଲିଭୁଣୁ ଗତକାଲି ପୁଲୱାମାରେ ଆତଙ୍କୀ ହମଲା ହୋଇଛି । ଜାମ୍ମୁ ଓ କାଶ୍ମୀରର ପୁଲୱାମା ଘଟଣାକୁ ପୁଣି ଥରେ ଦୋହରାଇଛନ୍ତି ଆତଙ୍କାବାଦୀ । ପୁଲୱାମାରେ ସେନା ଗାଡ଼ି ଉପରକୁ ହୋଇଥିବା ଆଇଇଡି ବିସ୍ଫୋରଣରେ ଆହତ ହୋଇଥିବା ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ସେ ହେଉଛନ୍ତି ଅଜିତ ସାହୁ । ତାଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ବଡ଼ସୁଆଁଳ ଗ୍ରାମରେ । ଆଜି ସକାଳେ ତାଙ୍କ ଘରକୁ ଫୋନ୍ରେ ସହିଦ ହୋଇଥିବା ଖବର ଆସିଛି ।
ଗତକାଲି ପୁଲୱାମା ଅରିହଲ ଅଂଚଳରେ ଗତକାଲି ସନ୍ଧ୍ୟାରେ ଆତଙ୍କାବାଦୀମାନେ ସେନା ଗାଡ଼ି ଉପରକୁ ଆଇଇଡି ବିସ୍ଫୋରଣ କରିଥିଲେ । ଏଥିରେ ଅଜିତ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ମେଡ଼ିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ଏହା ପରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି । ତାଙ୍କ ସହିଦ ସମ୍ପର୍କ ଖବର ନେଇ ଆଜି ସକାଳେ ଆର୍ମି କ୍ୟାମ୍ପରୁ ଫୋନ୍ ଆସିଥିଲା । ଆଜି ରାତିରେ ତାଙ୍କ ପାର୍ଥିବ ଶରୀର ଓଡ଼ିଶାରେ ପହଁଚିବ ବୋଲି ଜଣାପଡ଼ିଛି । ଏଥିରେ ଗୁରୁତର ଥିବା ଅନ୍ୟ ଦୁଇ ଜଣ ଯବାନ ଏବେବି ଚିକିତ୍ସାଧୀନ ଅଛନ୍ତି । ବଡ଼ ସୁଆଁଳ ଗ୍ରାମର ସନ୍ତୋଷ ସାହୁଙ୍କ ପୁଅ ହେଉଛନ୍ତି ଅଜିତ ସାହୁ । ସେ ୨୦୧୫ରେ ସେନାରେ ଯୋଗ ଦେଇଥିଲେ । ଗତ କିଛି ଦିନ ତଳେ ସେ ଘରକୁ ଛୁଟି କଟାଇବାକୁ ଆସିଥିଲେ । ଜାମ୍ମୁ କାଶ୍ମୀର ୧୯ ରେଜିମେଣ୍ଟରେ ତାଙ୍କର ନୂଆକରି ପୋଷ୍ଟିଂ ହୋଇଥିଲା । ଖବର ପାଇବା ପରେ ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି । ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ।