କୋଭିଡ ଆକ୍ରାନ୍ତଙ୍କ ଚିିକିତ୍ସା ପାଇଁ ଫାଇଜର ପ୍ରସ୍ତୁତ ବଟିକାକୁ ଆମେରିକାର ଜରୁରୀକାଳୀନ ଅନୁମୋଦନ । ଅଧିକ ସଙ୍କ୍ରମିତ ଆଶଙ୍କା ଥିବା ୧୨ ବର୍ଷରୁ ଅଧିକ ବୟସ ବର୍ଗର ବ୍ୟକ୍ତିଙ୍କୁ ଏହି ବଟିକା ଦିଆଯିବ । ପ୍ରଥମ ବଟିକାର ୫ଦିନ ପରେ ଦିତୀୟ ବଟିକା ଦିଆଯିବ । ଫାଇଜର ପ୍ରସ୍ତୁତ ବଟିକା ଦ୍ୱାରା ସଙ୍କ୍ରମଣ ଆଶଙ୍କା ଥିବା ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି ଓ ମୃତ୍ୟୁର ମୃତ୍ୟୁକୁ ପ୍ରାୟ ୮୮ ପ୍ରତିଶତ ହ୍ରାସ କରାଯାଇପାରିବ ବୋଲି ସୂଚନା ମିଳିଛି । ଫାଇଜର ଟିକାକୁ ୨୨୦୦ ଲୋକଙ୍କ ଠାରେ କ୍ଲିନିକାଲ ଟ୍ରାଏଲ କରାଯିବା ପରେ ଏହା ଫଳପ୍ରଦ ହୋଇଥିବା ଜଣାପଡିଛି ।
ଅନ୍ୟପଟେ ବ୍ରିଟେନରେ କରୋନାର ମହାଲହର । ଦିନକରେ ୧ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ୨୪ ଘଣ୍ଟାରେ ଏକ ଲକ୍ଷ ୬ ହଜାର ୧୨୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଫ୍ରାନ୍ସରେ ମଧ୍ୟ ସଙ୍କ୍ରମଣ ବଢୁଛି । ୨୪ ଘଣ୍ଟାରେ ୮୪ ହଜାର ୨୭୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।