କ୍ୟାବିନେଟ ବୈଠକକୁ ନେଇ ଉତ୍ତରପ୍ରଦେଶ ସରକାର ଏକ ଅଭିନବ ନିଷ୍ପତ୍ତି ନେଇଛନ୍ତି. ନିଷ୍ପତ୍ତି ଅନୁସାରେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର କ୍ୟାବିନେଟ ବୈଠକ ପ୍ରୟାଗରାଜ କୁମ୍ଭମେଳାରେ କରିବାକୁ ନିଷ୍ପତ୍ତି ନେଇଛନ୍ତି. 29 ଜାନୁୟାରୀ ଅର୍ଥାତ ମଙ୍ଗଳବାର ହେବାକୁ ଥିବା ଏହି ବୈଠକ ପାଇଁ କୁମ୍ଭମେଳାରେ ସମସ୍ତ ପ୍ରସ୍ତୁତି ସରିଛି. ତେବେ ମିଳିଥିବା ସୂଚନା ଅନୁସାରେ, ବୈଠକ ସରିଲା ପରେ ମୁଖ୍ୟମନ୍ତ୍ରୀ କୁମ୍ଭମେଳାର ପବିତ୍ର ସଙ୍ଗମରେ ସ୍ନାନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି. ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟମାନେ ମଧ୍ୟ ସ୍ନାନ କରିବେ. ଏହାକୁ ନେଇ ସମସ୍ତ ଆୟୋଜନ କରାଯାଇଛି.

LEAVE A REPLY

Please enter your comment!
Please enter your name here