ଓଡିଶାରେ ଆଉ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଆଇଏଲଏସ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରିଥିବା ସୂଚନା ରହିଛି । ପୂର୍ବରୁ ଆଉ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ଓଡିଶାରେ ବର୍ତ୍ତମାନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଗତ 13 ତାରିଖରେ ଦୁଇଝିଅ ବାପା ମାଙ୍କ ସହ ନାଇଜେରିଆରୁ ଫେରିଥିଲେ । ମାତ୍ର ବାପା ମା ନେଗେଟିଭ ଥିବା ବେଳେ ଦୁଇଝିଅଙ୍କ ପାଖରେ ଓମିକ୍ରନ ସଂକ୍ରମଣ ଚିହ୍ନଟ କରାଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେମାନଙ୍କୁ ଚିକିତ୍ସିତ ହେଉଛନ୍ତି । ଉଭୟ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୧୧ ଓ ୧୫ ବର୍ଷ ଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here