ଫିରୋଜାବାଦ : ଗତକାଲି ଉତ୍ତର ପ୍ରଦେଶର ଫିରୋଜାବାଦରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବୁଧବାର ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି । ସୂଚନାମୁତାବିକ, ଗୋଟେ ପ୍ରାଇଭେଟ ଯାତ୍ରୀବାହୀ ସିଲ୍ପର ବସ୍ ଦିଲ୍ଲୀରୁ ଲକ୍ଷ୍ନୌ ଯାଉଥିବା ସମୟରେ ଆଗ୍ରା–ଲକ୍ଷ୍ନୌ ଏକପ୍ରେସ୍ ୱେର ଭାଦନରେ ରାସ୍ତା ପାଶ୍ୱରେ ଛିଡା ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଏକ ଯାତ୍ରୀବାହୀ ବସ୍ ଧକ୍କା ଦେବାରୁ ଭୟାନକ ଦୁର୍ଘଟଣା ଘଟିଥିଲା । ବସ୍‌ଟିରେ ୪୦-୪୫ ଜଣ ଯାତ୍ରୀ ଥିବା ଜଣାପଡିଛି । ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଇଟାୱାସ୍ଥିତ ସୈଫାଇ ହସ୍ପିଟାଲରେ ଭର୍ତ୍ତୀ କରିଛି । ଘନ କୁହୁଡି ଯୋଗୁଁ ରାସ୍ତା ଦେଖା ନ ଯିବାରୁ ଏପରି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି ।

LEAVE A REPLY

Please enter your comment!
Please enter your name here